ବାଇକ ଧକ୍କାରେ ଜଣେ ମୃତ

0
21
ବାଇକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଣ୍ଟାବାଞ୍ଜି, (୦୩/୦୨) : ରାସ୍ତାକଡ଼ରେ ଛିଡ଼ା ହେବା ହେଲା କାଳ । ବାଇକ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ ।

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗୋହିରିଆପଦର ଛକ ଠାରେ ବାଇକ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଡୁମେରପଡା ଗାଁର ବିଷମ ଦୀପ ଗହରିଆପଦର ଗାଁକୁ ବରଯାତ୍ରୀ ଆସିଥିବା ବେଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ । ସେହି ସମୟରେ ବଙ୍ଗୋମୁଣ୍ଡା ବ୍ଲକ କଁସିଲ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ବୈଷ ବର୍ଗେ ଦ୍ରୁତଗତିରେ ବାଇକ ଯୋଗେ ଆସି ବିଷମକୁ ଧକ୍କା ଦେଇଥିଲେ । ଫଳରେ ବିଷମ ଗୁରୁତର ଆହତ ହେଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ବିଷମକୁ କଣ୍ଟାବାଞ୍ଜି ଡାକ୍ତରଖାନ ଆଣିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କଁସିଲ ସରପଞ୍ଚଙ୍କ ସ୍ୱାମୀ ବୈଷ ବର୍ଗେଙ୍କୁ କଣ୍ଟାବାଞ୍ଜି ପୋଲିସ ଅଟକ ରଖିଛି ଅଧିକ ପଚରା ଉଚରା କରୁଥିବା ଜଣାପଡ଼ିଛି ।

Leave a Reply