ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୦୨) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବଡସାଇମରା ସଦର ଗ୍ରାମ ପଞ୍ଚାୟତରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ର କୁମ୍ଭ ଭରଣ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି ।
ସ୍ୱତନ୍ତ୍ର ଅତିଥି ରୂପେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ସାଲୁଜା ବିଧାୟକ ଥିବା ସମୟରେ ବିଧାୟକ ପାଣ୍ଠିରୁ ପ୍ରହରୀ ମଣ୍ଡପ କାମ ଆରମ୍ଭ ହୋଇ ଆଜି ଗୋଟିଏ ସୁନ୍ଦର୍ ମନ୍ଦିର ତିଆରି କରିପାରିଥିବାରୁ ବଡ଼ସାଇମରା ଗ୍ରାମବାସୀଙ୍କୁ ପ୍ରଶଂସା କରିଥିଲେ । ବୈକୁଣ୍ଠ କଅଁର ଓ କୁନ୍ତଳା କଅଁର ପୁଜା କର୍ତ୍ତା କାର୍ଯ୍ୟ ତୁଲାଇ ଥିବାବେଳେ ପୂଜକ ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରତନ ଲାଲ ଭୋଇ, ମହାବୀର ନିନା,ବୁଲୁ ବିଶି, ରାଜେଶ ନିନା, ଶ୍ରିବନ୍ତ ମହାନନ୍ଦ, ଜଗଦା ଭୋଇ, ଜଗଦୀଶ ତାଣ୍ଡିଙ୍କ ସମେତ ସମସ୍ତ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ ।