ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଣ୍ଟାବାଞ୍ଜି, (୦୪/୦୨) : ମାଓପ୍ରବଣ ଇଲାକା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଯାଞ୍ଚବେଳେ ବାହାରିଲା ବୋମା । ରେଳ ୱାଗନରୁ ୧୨ଟି ବୋମା ଜବତ ହୋଇଥିବା ସୂଚନା ମିଳିଛି ।
ଜବତ ବୋମା ସଇଁତଳା ଗୋଳାବାରୁଦ କାରଖାନାର ହୋଇଥିବା ଜଣାପଡ଼ିଛି । ସଇଁତଳା ଗୋଳାବାରୁଦ କାରଖାନାକୁ ବୋମା ଫେରାଇ ଦିଆଯାଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ରେଳ ୱାଗନକୁ କିଭଳି ବୋମା ଆଣିଲା ଏବଂ କିଏ ବୋମା ଆଣିଥିଲା ତାହାର କାରଣ ଅସ୍ପଷ୍ଟ ରହିଛି । ଏଥିରେ କାହା ସମ୍ପୃକ୍ତି ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ଏ ନେଇ କୌଣସି ଅଭିଯୋଗ ହୋଇନାହିଁ । ରେଳ ୱାଗନରେ ବୋମା ମିଳିବା ନିହାତି ଭାବେ ଏକ ଚିନ୍ତାଜନକ ବିଷୟ । ଟ୍ରେନରେ ବିସ୍ଫୋରଣ କରିବା ଯୋଜନାରେ ଷଡଯନ୍ତ୍ରକାରୀ ବୋମା ରଖିିଥିବା ସନ୍ଦେହ କରାଯାଉଛି । କଣ୍ଟାବାଞ୍ଜି ମାଓପ୍ରବଣ ଇଲାକା ହେବା କାରଣରୁ ଘଟଣାକୁ ଗୁରୁତର ସହ ନିଆଯାଉଛି ।