ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ହରଭଙ୍ଗା, (୦୪/୦୨) : ଦୁର୍ଘଟଣା ପରେ ୧୦ ଫୁଟ ତଳକୁ ଖସିଲା କାର । ମାଡିଗଲା କାର୍ । ଫଳରେ ଏଥିରେ ଜଣେ ମୃତ, ଦୁଇ ଗୁରୁତର ହୋଇଛନ୍ତି ।
ଲୋକଙ୍କୁ ଧକ୍କା ଦେବା ପରେ କାରଟି ଏକ ଗ୍ୟାରେଜ ଉପରେ ମାଡି ଯାଇଥିଲା । ଫଳରେ ୪ରୁ ଉର୍ଦ୍ଧ୍ବ ମୋଟରସାଇକେଲ ଭାଙ୍ଗି ଚୁନା ହୋଇଯାଇଥିଲା । ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତର୍ଗତ ଚମ୍ପାପୁର ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ଚମ୍ପାପୁର ଗାଁର ସତ୍ୟଭାମା ମେହେର । ସୂଚନା ଅନୁସାରେ ବୌଦ୍ଧ ପଟୁ ଏକ କାର ଫୁଲବାଣୀ ଯାଉଥିବାବେଳେ ଚମ୍ପାପୁର ଛକରେ ପ୍ରଥମେ ଏକ ବୃଦ୍ଧଙ୍କୁ ଧକ୍କା ଦେଇଥିଲା ।
ଏହାପରେ ଗ୍ୟାରେଜରେ ଥିବା ବାଇକ ଉପରେ ଚଢିଯାଇ ୧୦ ଫୁଟ ତଳକୁ ଖସି ପଡିଥିଲା । କାରରେ ଥିବା ଦୁଇ ଜଣ ବ୍ୟକ୍ତି ଗ୍ରାମବାସୀ ଅଟକ ରଖିଥିବାବେଳେ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥର ଚମ୍ପାପୁର ଛକରେ ଟାୟାର ଜାଳି ରାସ୍ତା ଅବରୋଦ କରିଛନ୍ତି । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।