ଫେବୃଆରୀ ୧୫ରୁ କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବ ହକି ମହାକୁମ୍ଭ, ମାଗଣାରେ ମ୍ୟାଚ ଦେଖିପାରିବେ ଦର୍ଶକ

0
15
ଫେବୃଆରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୨) : ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ପୁଣି ଥରେ ଆୟୋଜିତ ହେବାକୁ ଯାଉଛି ହକି ।

ଫେବୃଆରୀ ୧୫ ରୁ ୨୫ ଯାଏ FIH ହକି ପ୍ରୋ ଲିଗ ୨୦୨୪-୨୫ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ତେବେ ସବୁଠୁ ଖୁସିର କଥା ହେଉଛି, ଏହି ମ୍ୟାଚକୁ ଫ୍ୟାନ ମାନେ ମାଗଣାରେ ଦେଖି ପାରିବେ । ହକି ଇଣ୍ଡିଆ ପକ୍ଷରୁ ମ୍ୟାଚର ଏଣ୍ଟ୍ରି ଫିସ ଛାଡ଼ କରାଯାଇଛି ।

  • ଏହି ଅଫିସିଆଲ ୱେବ ସାଇଟକୁ ଯାଇ କରନ୍ତୁ ରେଜିଷ୍ଟ୍ରେସନ

ଏହି ମ୍ୟାଚ ଦେଖିବା ପାଇଁ ଫ୍ୟାନ ମାନେ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ Ticketgenie ର ଅଫିସିଆଲ ୱେବ ସାଇଟକୁ ଯାଇ ରେଜିଷ୍ଟ୍ରେସନ କରି ଦର୍ଶକ ମାନେ ଭରଚୁଆଲ ଟିକେଟ ପାଇ ପାରିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

  • କେମିତି କରିବେ ରେଜିଷ୍ଟ୍ରେସନ

ପ୍ରଥମେ Ticketgenie ୱେବ୍‌ସାଇଟ୍‌ କୁ ଯିବେ । ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବର ରେଜିଷ୍ଟ୍ରର କରିବେ । ଏହାପରେ ଆପଣ ଦେଇଥିବା ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ । ଉକ୍ତ ଓଟିପିକୁ ଏଣ୍ଟର କରିବା ପରେ ଆପଣଙ୍କ ଆକାଉଣ୍ଟ ଭେରିଫାଏ ହେବ । ଏହାପରେ ଆପଣଙ୍କ ସମ୍ପୂର୍ଣ୍ଣ ନାମ ଏବଂ ଇମେଲ୍ ଆଇଡି ଦେବାକୁ ଅପସନ୍ ଆସିବ । ଏହା ଆପଣ ସବମିଟ୍ କରିବା ପରେ ଆପଣଙ୍କ ରେଜିଷ୍ଟ୍ରସନ ସକ୍ସସେସଫୁଲ୍ ବୋଲି ଲେଖା ଆସିବ । ଏହାପରେ ଆପଣଙ୍କ ମେଲ୍ ଆଇଡିକୁ କିଛି ଦିନ ଭିତରେ ଫ୍ରି ଟିକେଟ ଚାଲିଆସିବ । ଯାହାର ପ୍ରିଣ୍ଟ୍‌ ଆଉଟ୍‌ ଆଉଟ୍ ଆପଣ ବାହାର କରିପାରିବେ ।

ଏହି ପରିପ୍ରେକ୍ଷୀରେ ହକି ଇଣ୍ଡିଆ ତରଫରୁ ୩୨ ଜଣିଆ ଭାରତୀୟ ପୁରୁଷ ଟିମ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ୩ ଜଣ ଓଡ଼ିଆ ଖେଳାଳି ନିଜ ହୋମ୍ ଗ୍ରାଉଣ୍ଡରେ ଖେଳିବେ । ଓଡ଼ିଶାର ଶିଳାନନ୍ଦ ଲାକ୍ରା, ନିଲମ ସଂଜୀପ ଖେସ ଓ ଅମିତ ରୋହିଦାସ ଭାରତୀୟ ହକି ଟିମରେ ରହିଛନ୍ତି ।ଏଥିରେ ପ୍ରତ୍ୟକ ଦଳ ଦୁଇ ଥର ଲେଖାଏଁ ଆମ୍ନାସାମ୍ନା ହେବେ । ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନକୁ ଭେଟିବ ।

ଏହାପରେ ଜର୍ମାନୀ, ଇଂଲଣ୍ଡ ଓ ଆୟର୍ଲାଣ୍ଡକୁ ଭେଟିବ ଭାରତୀୟ ହକି ଦଳ । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ମୈଦାନକୁ ଓଲ୍ହାଇବ ଦଳ । ଦଳର ଉପଅଧିନାୟକ ରହିଛନ୍ତି ହାର୍ଦିକ ସିଂ । ଏହା ସହିତ ମହିଳା ଟିମ୍ ଘୋଷଣା ହୋଇ ସାରିଛି। ମହିଳା ଟିମ୍ ଭେଟିବ ସ୍ପେନ୍, ଜର୍ମାନୀ, ନେଦରଲାଣ୍ଡ, ଏବଂ ଇଂଲଣ୍ଡ ସହିତ ଖେଳିବ ଭାରତୀୟ ମହିଳା ହକି ଟିମ୍ ।

Leave a Reply