ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୦୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାର କାର୍ଯ୍ୟରତ ଏଏସଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ ବିଭାଗ ।
ଏକ ଦୁର୍ଘଟଣାରେ ଜବତ ହୋଇଥିବା ମୋଟର ସାଇକେଲ କୁ ଛାଡ଼ିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁଲିସ ଏଏସଆଇ ବୁଡୁ ଭୋଇ । ବର୍ତ୍ତମାନ ବୁଡୁ ଭୋଇଙ୍କ ସୁବର୍ଣ୍ଣପୁର ପଟାଭାଡ଼ି ସ୍ଥିତ ଘର ସହିତ ବୀରମହାରାଜପୁର ଥାନା ରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଏହି ଘଟଣା ସମ୍ପର୍କରେ ଭିଜିଲାନ୍ସ ବିଭାଗ ଏକ ମକଦ୍ଦମା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି l