ପ୍ରକଳ୍ପ ଆଧାରିତ ଶିକ୍ଷଣ କର୍ମଶାଳା ଅନୁଷ୍ଠିତ

0
14
ପ୍ରକଳ୍ପ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୫/୨) : ଆଜି ଵିକ୍ରମପୁର ସ୍ଥିତ ଅନ୍ୱେଷା ଛାତ୍ରୀନିବାସରେ ଗଜପତି ଓ ରାୟଗଡା ଜିଲ୍ଲାର ୧୧୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପ୍ରକଳ୍ପ ଆଧାରିତ ଶିକ୍ଷଣ ଉପରେ ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଵିଷୟ ଗୁଡ଼ିକୁ କିପରି ଆହୁରି ଅଧିକ ଚିତ୍ତାକର୍ଷକ ଓ ପ୍ରଭାବଶାଳୀ କରିହେବ ସେଥିନିମନ୍ତେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ୟାମଘନ ଭୂୟାଁ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦିପ୍ତ କୁମାର ଦଳେଇ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁରେଶ କୁମାର ଲିମା ଯୋଗଦେଇଥିଲେ ।

ଷ୍ଟେଟ ରିସର୍ଚ ପର୍ସନ ଭାବେ ମନ୍ତ୍ରା ଫର ଚେଞ୍ଜ ର ଶୁଭଙ୍କର ନାୟକ, ହର୍ଷନ ଲିମା, ଗୈାରବ ପଣ୍ଡା, ଆସିସ ଶର୍ମା, ସୁନୀଲ ଗୈାଡ ଓ ଵିମଲ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆବଶ୍ୟକୀୟ ଶିକ୍ଷା ପ୍ରଦାନ କରିଥିଲେ । ଅନ୍ଵେଷା ଛାତ୍ରୀ ନୀବାସ ଠାରେ ଅନୁଷ୍ଠିତ ଦିନିକିଆ ଶିଵିରକୁ ଅନ୍ଵେଷା ଵିକ୍ରମପୁର ର ସହକାରୀ ପରିଚାଳକ ସିଲା ଶ୍ରୀନିବାସ, ୱ।ଡେନ ରଶ୍ମିତା ଶତପଥୀ, ମେଟ୍ରୋନ ସୁକାନ୍ତି ସାମନ୍ତରାୟ ଏଵଂ ସମସ୍ତ କର୍ମଚାରୀ ଅତି ସୁନ୍ଦର ଭାବେ ସଂଯୋଜନା କରିଥିଲେ ।

Leave a Reply