ଅଫ୍ ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ, କାଉଣ୍ଟର ସାମ୍ନାରେ ଅସମ୍ଭାଳ ଭିଡ଼

0
16
ଅଫ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୨/୦୫) : ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଆଜିଠାରୁ କାଉଣ୍ଟରରେ ମିଳିବ ଟିକେଟ୍ । କଟକ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଦୁଇ ଦିନ ଟିକେଟ୍ ମିଳିବ ।

ଟିକେଟ୍ ପାଇଁ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ସୁରକ୍ଷା ପାଇଁ ୨୫ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅଫ୍ ଲାଇନରେ ଟିକେଟ୍ କିଣିବାକୁ ରାତି ଅଧରୁ କାଉଣ୍ଟର୍ ସାମ୍ନାରେ ଭିଡ଼ ପରିଲକ୍ଷିତ ହୋଇଛି । ଲମ୍ବା ଧାଡ଼ିରେ ଲୋକମାନେ ଛିଡ଼ା ହୋଇଛନ୍ତି । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି କାଉଣ୍ଟରରେ ଟିକେଟ୍ ମିଳିବ । ଟିକେଟ୍ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହିତ ସୁରକ୍ଷା ପାଇଁ ୨୫ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସନ୍ଧ୍ୟା ୬ଟା ଯାଏଁ ଟିକେଟ୍ ବିକ୍ରି ହେବ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ପୂର୍ବରୁ ଅନଲାଇନରେ ଟିକେଟ୍ ବିକ୍ରି ସରିଥିଲା । ଓସିଏ ଅନୁବନ୍ଧିତ କ୍ଲବ, ଜିଲ୍ଲା ଆସୋସିଏନ, ଅନୁଷ୍ଠାନ ମାନଙ୍କୁ ଟିକେଟ୍ ବିକ୍ରି ମଧ୍ୟ ସରିଛି । ଦୀର୍ଘ ୩ ବର୍ଷ ପରେ ବାରବାଟୀକୁ କ୍ରିକେଟ୍ ଫେରିଥିବାରୁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ୬ ବର୍ଷ ପୂର୍ବେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଆସନ୍ତା ୯ ତାରିଖରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବା । ଏଥିପାଇଁ ବାରବାଟୀରେ ଓସିଏ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ବାରବାଟୀ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଜାଣନ୍ତୁ କେତେ ରହିଛି ଟିକେଟ୍ ମୂଲ୍ୟ : –

ଗ୍ୟାଲେରୀ ୨- ୯୦୦ ଟଙ୍କା
ଗ୍ୟାଲେରୀ ୪- ୯୦୦ ଟଙ୍କା
ଗ୍ୟାଲେରୀ ୭- ୭୦୦ ଟଙ୍କା
ସ୍ୱତନ୍ତ୍ର ଏନକ୍ଲୋଜର – ୬ ହଜାର ଟଙ୍କା
ଏସି ଗ୍ୟାଲେରୀ ବକ୍ସ – ୮ ହଜାର ଟଙ୍କା
ନୂତନ ପାଭିଲିୟନ୍ – ୧୦ ହଜାର ଟଙ୍କା

Leave a Reply