ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଉଦଳା, (୦୫/୦୨) : ମର୍ଣ୍ଣିଂ ଓ୍ବାକ୍ ବେଳେ ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ଗାଁ ନିକଟରେ ।
ମୃତକ କୃପାସିନ୍ଧୁ ସେଠୀ ବୋଲି ଜଣାପଡିଛି। ସୂଚନା ମୂତାବକ କପ୍ତିପଦା ଅଞ୍ଚଳର କୃପାସିନ୍ଧୁ ସେଠୀ ଆଜି ସକାଳେ ମର୍ଣ୍ଣିଂ ଓ୍ବାକ୍ ପାଇଁ ଯାଇଥିଲେ । ଏତିକିବେଳେ ଝିଙ୍କପଦା ନିକଟରେ କଟକରୁ ମାଲ ବୋଝେଇ କରି ନେଇ ଆସୁଥିବା ଏକ ପିକଅପ୍ ଭ୍ୟାନ୍ କୃପାସିନ୍ଧୁଙ୍କ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କୃପାସିନ୍ଧୁଙ୍କର ଜୀବନ ଚାଲିଯାଇଥିଲା । ଘଟଣା ଘଟିବା ପରେ ପିକଅପ୍ ଭ୍ୟାନ ଡ୍ରାଇଭର ଜଣକ ଫେରାର ହୋଇଯାଇଥିଲେ । ପରେ କପ୍ତିପଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।