ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୫/୦୨) : ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଜେଲ ଗଲେ ସମ୍ପର୍କୀୟ ମାମୁଁ । ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧିନ ଅଣ୍ଡିଆପାଟ ଗ୍ରାମରେ ।
ସୂଚନା ମୁତାବକ, ଛୋଟବେଳୁ ନାବାଳିକା ଜଣକ ନିଜ ମାମୁଁଘରେ ରହି ପାଠପଢୁଥିଲେ । ଗତକାଲି ସନ୍ଧ୍ୟାରେ ନାବାଳିକା ଗ୍ରାମରେ ଥିବା କ୍ଲବ ଘରକୁ ସରସ୍ୱତୀ ପୂଜା ଦେଖିବା ପାଇଁ ଯାଇଥିଲେ । ଭିଡ଼ ଭିତରେ ସମ୍ପର୍କୀୟ ମାମୁଁ ବ୍ରହ୍ମ।ନନ୍ଦ ସାମଲ ଭାଣିଜୀକୁ ପ୍ରଲୋଭନ ଦେଖାଇ କ୍ଲବ ଘର ପଛପଟକୁ ଡାକି ନେଇ ଦୁଷ୍କର୍ମ କରିଥିଲେ । ଘରକୁ ଫେରି ନାବାଳିକା ଜଣକ ନିଜ ମାଇଁଙ୍କ ପାଖରେ ସବୁ କଥା କହିଥିଲେ । ସଂଗେ ସଂଗେ ମାମୁଁଘର ଲୋକେ ଘଣ୍ଟେଶ୍ୱର ଫାଣ୍ଡିରେ ଅଭିଯୋଗ କରିଥିଲେ । ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ସୂର୍ଯ୍ୟକାନ୍ତ ମହାନ୍ତି ଘଟଣାକୁ ଗୁରୁତର ସହ ନେଇ ରାତାରାତି ଅଭିଯୁକ୍ତକୁ ଗିରଫ କରାଯାଇଛି । ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହିତ ନାବାଳିକାଙ୍କୁ ଡାକ୍ତର ମାଇନା ପାଇଁ ପଠାଯାଇଛି ।