କଡ଼ା ସୁରକ୍ଷା ବଳୟରେ ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ

0
42
କଡ଼ା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପ୍ରୟାଗରାଜ, (୦୫/୦୨) : ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ଉତ୍ତରପ୍ରଦେଶର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା ପରେ ସେ ପବିତ୍ର ସ୍ନାନ କରିଛନ୍ତି ।

କଡ଼ା ସୁରକ୍ଷା ବଳୟରେ ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ । ତ୍ରିବେଣୀ ସଙ୍ଗମରେ ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ମାଳ ଧାରଣ କରି ମନ୍ତ୍ର ଉଚ୍ଚାରଣ ସହ ମା’ ତ୍ରିବେଣୀଙ୍କ ପରିକ୍ରମା କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ସାଙ୍ଗରେ ଥିଲେ, ମାତ୍ର ପ୍ରଧାନମନ୍ତ୍ରୀ ଏକାକୀ ବୁଡ଼ ପକାଇଛନ୍ତି । ଏହି ସମୟରେ ସିଆରପିଏଫ ଓ ସେନା ଯବାନ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍ଗମରେ ବୁଡ଼ ପକାଇବା ପରେ ମା’ ଗଙ୍ଗାଙ୍କୁ ପୂଜା କରିଛନ୍ତି । ଅରୈଲ ଅଞ୍ଚଳରେ ତାଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଲର୍ଟ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ପାଞ୍ଚ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି ।

Leave a Reply