ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁଇ ଦୁର୍ବୃତ୍ତ, ଜଣଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଲୋକେ

0
18
ମହିଳା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୫/୦୨) : ଜଣେ ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନା ଚେନ ଟାଣି ନେଲେ ଦୁଇ ଦୁର୍ବୃତ୍ତ । ଘଟଣା ଘଟଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ କଚେରୀ ବଜାର ଅଞ୍ଚଳରେ ।

ପରିବା ମାର୍କେଟ ନିକଟରେ ସାଧା ପୋଷକରେ ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି ଥାନା ଅଧିକାରିଣୀ । ସୂଚନା ଅନୁସାରେ ମହିଳା ଇନ୍ସପେକ୍ଟର ଜଣଙ୍କ ଭଦ୍ରକ କଚେରୀ ବଜାରରୁ ପରିବା କିଣୁଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ସୁନା ଚେନ୍ ଝାମ୍ପିନେଇଥିଲେ । ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ଲୋକେ । ମାତ୍ର ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଲୁଟ୍ ରେ ବ୍ୟବହାର ଗାଡିକୁ ମଧ୍ୟ ସ୍ଥାନୀୟ ଲୋକେ କାବୁ କରିବା ସହିତ ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଜିମା ଦେଇଛନ୍ତି । ମହିଳା ଇନ୍ସପେକ୍ଟର ବର୍ତ୍ତମାନ ଏସପିଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ରିପୋର୍ଟ ସେକ୍ସନରେ କାର୍ଯ୍ୟ କରୁଛନ୍ତି ।

ଲୁଟ ଘଟଣାକୁ ନେଇ ଅତିରିକ୍ତ ଏସପି ସ୍ପେଶଲ୍ ବ୍ରାଞ୍ଚ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଗିରଫ ଅଭିଯୁକ୍ତ ଇରାନି ଗ୍ୟାଙ୍ଗର । ଏହି ଗ୍ୟାଙ୍ଗ ଲଗାତାର ଭାବେ ସମାନ ଘଟଣା ଘଟାନ୍ତି । ସିରିଜ୍ ଲୁଟ କରନ୍ତି । ଏକାଧିକ ଲୁଟ ରେ ଏହି ଗ୍ୟାଙ୍ଗ ସାମିଲ ଅଛି । ପୋଲିସ୍ ଟିମ ଚୋରି ସାମଗ୍ରୀ ଗୁଡ଼ିକୁ ଜବତ ପାଇଁ ବାହାରିଛି । ଜବତ ଗାଡ଼ିରେ ଛତିଶଗଡ ନମ୍ବର ରହିଛି । କିନ୍ତୁ ଯାଞ୍ଚ ପରେ ଜଣା ପଡ଼ିବ ଗାଡ଼ି କେଉଁ ଅଞ୍ଚଳର ଓ ଚୋରା ଗାଡ଼ି କି ନୁହେଁ ।

Leave a Reply