Friday, October 22, 2021
HomeBreaking Newsମାଲକାନଗିରି ଜଙ୍ଗଲ ଭିତରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ : ତିନି ନକ୍ସଲ ମୃତ

ମାଲକାନଗିରି ଜଙ୍ଗଲ ଭିତରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ : ତିନି ନକ୍ସଲ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି,(୧୩/୧୦) : ମାଲକାନଗିରି ଜଙ୍ଗଲ ଭିତରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି | ଦୀର୍ଘ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଛନ୍ତି ଏସ୍ଓଜି ଓ ଡିଭିଏଫର ଯବାନ । ଅପରେସନ୍ ବେଳେ ନିହତ ତିନି ନକ୍ସଲଙ୍କ ମୃତଦେହ ସହ ଜବତ ବନ୍ଧୁକ ଏବଂ ଅନ୍ୟ ସାମଗ୍ରୀ ଧରି ମାଲକାନଗିରି ସଦର ମହକୁମାକୁ ଫେରିଛନ୍ତି ସୁରକ୍ଷାକର୍ମୀ

ଗତକାଲି ସକାଳ ୭ ଟା ସମୟରେ ମାଲକାନଗିରି ଜିଲ୍ଲା ତୁଳସୀ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ କାର୍ଯ୍ୟକଳାପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ଏସ୍ଓଜି ଓ ଡିଭିଏଫ୍ ଯବାନ । ମାଲକାନଗିରି ଜଙ୍ଗଲ ଭିତରେ ନକ୍ସଲଙ୍କ ସହ ସେମାନଙ୍କ ମୁହାଁମୁହିଁ ହୋଇଥିଲା । ଗୁଳି ବିନିମୟରେ ତିନି ନକ୍ସଲ ନିହତ ହୋଇଥିଲେ । ନିହତ ତିନି ନକ୍ସଲଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାଯାଇଛି । ସେମାନେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନର ସଦସ୍ୟ ଥିଲେ ।

ସର୍ଚ୍ଚ ଅପରେସନ୍ ପରେ ଜଙ୍ଗଲ ମଧ୍ୟରୁ ୨ଟି ବନ୍ଧୁକ ଜବତ ହୋଇଥିଲା । ଏହାବାଦ ଜଙ୍ଗଲରେ ଚାଲିଥିବା ଏହି ଅଭିଯାନ ବେଳେ ଯବାନ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ମଧ୍ୟ ଜବତ କରିଥିଲେ । ସୂଚନାଯୋଗ୍ୟ,ନକ୍ସଲ ଅପରେସନର ସମୀକ୍ଷା ପାଇଁ ଆଜି ପୁଲିସ ଡିଜି ଅଭୟ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି । ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ମଧ୍ୟ ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments