
ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା,(୧୩/୧୦) : ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତ ରେ ଆସି ମାଓଗଡ଼ ବେଲଘର ରେ ପୋଲିସ ଡିଜିପି ଶ୍ରୀ ଅଭୟ ସ୍ୱତନ୍ତ୍ର ଏକ ବିଏସଏଫ ହେଲିକପ୍ଟର ଯୋଗେ ବେଲଘର ହାଇସ୍କୁଲ ଖେଳ ପଡିଆରେ ଓଲ୍ଲାଇ ବେଲଘର ଥାନା ରେ ପହଂଚି ମାଓ ମୁକାବିଲା ସମୀକ୍ଷା କରିଛନ୍ତି ଶ୍ରୀ ଅଭୟ l
ଡିଜିପି ଙ୍କ ଗସ୍ତ ସମୟରେ ରେ ଅପେରସନ ଆଇଜି ଅମିତାଭ ଠାକୁର, ଗୁଇନ୍ଦା ଡିଆଇଜି ଅନିରୁଦ୍ଧ ସିଂ, କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ, ବାଲିଗୁଡା ଏସଡିପି ଓ ମନୋଜ ପୂଜାରୀ, ବେଲଘର ଥାନା ଅଧିକାରୀ ଦିପକ ରାଉତ ଉପସ୍ଥିତ ରହିଥିଲେ l ସୀମାନ୍ତ କନ୍ଧମାଳ -କଳାହାଣ୍ଡି -ରାୟଗଡା ଜିଲ୍ଲା ରେ ମାଓ ନିପାତ ନେଇ କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ଓ ସିଆରପିଏଫ ୧୨୭ ବାଟାଲିୟନ ର କମାଣ୍ଡେଣ୍ଟ ଅଫିସର ଆନନ୍ଦ ଝା ଙ୍କ ସହ ମାଓ ମୁକାବିଲା ସମୀକ୍ଷା କରି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ପୋଲିସ ଡ଼ିଜି ଶ୍ରୀ ଅଭୟ l ବେଲଘର ଥାନା ପରିସରରେ ଥିବା ସିଆରପିଏଫ ୧୨୭ ବାଟାଲିୟନ ର “E” କମ୍ପାନୀ ପରିଦର୍ଶନ କରିଥିଲେ ପୋଲିସ ଡ଼ିଜି l
“E” କମ୍ପାନୀ ର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ବିଜୟ ପ୍ରକାଶ ଚୌବେ ଓ ସମସ୍ତ ଯବାନ ଓ ଅଫିସର ଙ୍କୁ ମାଓ ଲଢେଇ ନେଇ ଉତ୍ସାହିତ କରିବା ସହ ଯବାନ ଙ୍କ ମନବଳ କୁ ଦୃଢ଼ କରିଥିଲେ l କନ୍ଧମାଳ ଜିଲ୍ଲା ରେ ମାଓବାଦୀ ବେକ ଫୁଟ ରେ ରହୁଥିବା ବେଳେ ଦୁଇ ବର୍ଷ ରେ ମାଓବାଦୀ ବହୁ ସାଥି ଙ୍କୁ ହରାଇଥିବା କହିଛନ୍ତି ପୋଲିସ ଡ଼ିଜି l ତେଣୁ ବନ୍ଧୁକ ମୁନ ଛାଡି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ମାଓବାଦୀ ଙ୍କୁ ଅପିଲ କରିଛନ୍ତି ଶ୍ରୀ ଅଭୟ |
ପୋଲିସ ଡିଜି ଙ୍କ ଗସ୍ତ ସମୟ ରେ ମାଓ ମୁକାବିଲା ନେଇ ଉଭୟ ପୋଲିସ ଓ ସିଆରପିଏଫ ଯବାନ ମାନଙ୍କୁ ପୋଲିସ ଡିଜି ମନୋବଳ ଦୃଡ଼ ପାଇଁ ପ୍ରୟାସ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି