Friday, October 22, 2021
HomeBreaking Newsଝାରସୁଗୁଡ଼ା ଜିଆରପି ଥାନା ରେ ପୋଲିସ ସହାୟତା କେନ୍ଦ୍ର ଉଦଘାଟନ

ଝାରସୁଗୁଡ଼ା ଜିଆରପି ଥାନା ରେ ପୋଲିସ ସହାୟତା କେନ୍ଦ୍ର ଉଦଘାଟନ

ରିପୋର୍ଟ : ପ୍ରଶାନ୍ତ ମାଝୀ //
ଝାରସୁଗୁଡା,(୧୪/୧୦) : ଝାରସୁଗୁଡ଼ା ଜିଆରପି ଥାନା ପରିସରରେ ଏକ ପୋଲିସ ସହାୟତା କେନ୍ଦ୍ର ଉଦଘାଟନ ହୋଇଯାଇଛି । ଝାରସୁଗୁଡ଼ା ଜିଆରପି ଓ ଝାରସୁଗୁଡ଼ା ଘରୋଇ ବସ ମାଲିକ ସଂଘ ମିଳିତ ଭାବେ ଏହି କେନ୍ଦ୍ର କରାଯାଇଛି ।

ଆଜି ରାଉରକେଲା ଜି.ଆର.ପି ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା ମୁଖ୍ୟ ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ । ଝାରସୁଗୁଡ଼ା ବସଷ୍ଟାଣ୍ଡ ରୁ ରେଳ ଷ୍ଟେସନ ଯିବା ରାସ୍ତାରେ ଅପରାଧ ଘଟୁଥିବାରୁ ଏହି କେନ୍ଦ୍ର ସେହି ଅପରାଧକୁ ରୋକିବାରେ ଝାରସୁଗୁଡ଼ା ଜିଆରପି ଥାନା ସହାୟକ ହେବ ବୋଲି ଜି.ଆର.ପି. ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments