Thursday, October 21, 2021
HomeBreaking Newsରାଜ୍ୟ ରେ ଅନାୟାସ ରେ ଚାଲିଛି ବିସ୍ପୋରକ ସାମଗ୍ରୀ ବିକ୍ରି : ପ୍ରଶାସନ ଦୃଷ୍ଟି ଦେବାକୁ...

ରାଜ୍ୟ ରେ ଅନାୟାସ ରେ ଚାଲିଛି ବିସ୍ପୋରକ ସାମଗ୍ରୀ ବିକ୍ରି : ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୧୪/୧୦) : ଓଡ଼ିଶାର ବିଭିନ୍ନ ପ୍ରକାର ମାଓ ପ୍ରବଣ ଅଞ୍ଚଳ ରହିଥିବା ତଥା ତାଙ୍କ କାର୍ଯ୍ୟକଳାପ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ନଜରକୁ ଆସୁଛି । ଏହି ସବୁ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ପ୍ରକାର ବିସ୍ପୋରକ ସାମଗ୍ରୀ ବର୍ତ୍ତମାନ ସୁଦ୍ଧା ରାଜ୍ୟ ରେ ଅନାୟାସ ଭାବେ ବଜାର ରେ ମିଳିପାରୁଛି ।

ରାଜ୍ୟ ରେ ଅନାୟାସ ରେ ଚାଲିଛି ବିସ୍ପୋରକ ସାମଗ୍ରୀ ବିକ୍ରି | ସୂଚନା ଅନୁଯାୟୀ, ବିଗତ ଦିନରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ବଲାଙ୍ଗୀର ଜିଲ୍ଲାର ବଡ଼ମାଲ ଗୋଳାବାରୁଦ କାରଖାନା କୁ ପାନୀୟ ଜଳଯୋଗାଣ ପାଇଁ ପ୍ରତିଷ୍ଠିତ ଡୁମେରବାହାଲ ଜଳପ୍ରକଳ୍ପ ନିକଟରେ ଦୀର୍ଘ ୧୭ ଦିନ ଧରି ତୁରେକେଲା ଜଙ୍ଗଲ ସ୍ଥିତ ଲର୍କୀ ଗ୍ରାମ ଜଙ୍ଗଲର ଗ୍ରାନାଇଟ ମାଇନ୍ସ ନାମକ ଏକ ସୁର୍ମା ଖୋଦନ ବା ଖଣି ଅଞ୍ଚଳରୁ ଦୀର୍ଘ ଦିନ ଧରି ଶିବିର କରି ରହିଆସୁଥିବା ବେଳେ ସେଠୁ ପ୍ରାୟ ୧୫ ଜଣ ଗୁଲମୀ ଜଙ୍ଗଲକୁ ଆସି ସେଠୁ ଏହି ଜଳ ପ୍ରକଳ୍ପ ନିକଟରେ ଥିବା ଜଙ୍ଗଲରେ ରହିଥିଲେ । ଏପରି କି ଉକ୍ତ ଜଳ ଯୋଗାଣ ବଡ଼ ପାଇପ ଲାଇନ ଖୋଲିବା ନେଇ ଉକ୍ତ ଗୋଳାବାରୁଦ କାରଖାନା ସୁରକ୍ଷା କର୍ମୀ ଆସିବାରୁ ଛାତ୍ରଭଙ୍ଘ ଦେଇ ଥିବା ବେଳେ ତିନି ଜଣଙ୍କୁ ଗିରଫ କରାଯାଇଥିଲା ।

ଉକ୍ତ ତିନି ଜଣଙ୍କୁ ପ୍ରତିରକ୍ଷା ବିଭାଗ ମୁଖ୍ୟ କର୍ଣ୍ଣଲ ଓ ସହକାରୀ କର୍ଣ୍ଣଲ ଙ୍କୁ ଆମେ ଯୋଗାଯୋଗ କରିବାରୁ ତାଙ୍କୁ ଡ଼ି ଆଇ ଜି ସମ୍ବଲପୁରଙ୍କ ସହ ଯୋଗାଯୋଗ ଶେଷ ହୋଇଛି ଓ ତଦନ୍ତ ଚାଲିଥିବା ବେଳେ ପରେ ସୂଚନା ଦେବେ ବୋଲି ପ୍ରକାଶ କରାଯାଇଥିଲା । ଉକ୍ତ ତିନି ଜଣଙ୍କୁ ବର୍ତ୍ତମାନ ସୁଦ୍ଧା କେଉଁ ସ୍ଥାନକୁ ନିଆଯାଇଛି ଓ କଣ ସେମାନେ ମାଓବାଦୀ ନା ଅନ୍ୟ କୌଣସି କାରଣ ରହିଛି ସୂଚନା ଦିଆଯାଉନାହିଁ । ପ୍ରକାଶ ଯେ ରାୟଗଡା ଜିଲ୍ଲା ସ୍ଥିତ ଏକ ବଜାର ରୁ ଅୟପା ରେଡି ନାମକ ଜଣେ ବ୍ୟକ୍ତି ରାଜ୍ୟ ଓ ରାଜ୍ୟ ବାହାରୁ ଆସି ଉକ୍ତ ଶ୍ରୀ ରେଡି ଙ୍କୁ ଯୋଗାଯୋଗ କରି ସିଲଭର ବିଡୁ, ସୁରାକାରମ, ସଲଫର, ପରି କେତୋଟି ସାଧାରଣ ଫଟକା ପାଇଁ ତାଙ୍କ ଲାଇସନ୍ସ ଅଛି ଓ ସେ କେବଳ ଦୀପାବଳି ପାଇଁ ବିକ୍ରି କରୁଥିବା ପ୍ରକାଶ କରିଛନ୍ତି ।

ଏହି ରାୟଗଡା ସହରରୁ ବିଭିନ୍ନ ସ୍ଥାନକୁ ଓ ତୁରେକେଲା, ହରିଶଙ୍କର, ନର୍ସିଂନାଥ, ଓ ଅନ୍ୟ ଜିଲ୍ଲା କୁ ମାଓ କାର୍ଯ୍ୟକଳାପ ପାଇଁ ବିଭିନ୍ନ ଯାନବାହାନ ରେ ଅବାଧରେ ଅଣାଯାଉ ଥିବା ଗୁପିଆ ଲେଙ୍ଗା (ବ-୪୭) ଛଦ୍ମନାମ, ନାମକ ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି । ବିଗତ ଦିନରେ ବଲାଙ୍ଗୀର ଜିଲ୍ଲାର ଉକ୍ତ ଗୋଳାବାରୁଦ କାରଖାନା ପାଇପଲାଇନ ଖୋଲୁଥିବା ଓ ଗିରଫ ତିନି ଜଣ ମିଶି କିଛି ବଡ଼ ଯୋଜନା କରିଥିଲେ କି ? ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ପରେ କାରଖାନା କର୍ତ୍ତୃପକ୍ଷ ସେମାନେ କମ୍ବଳ ବିକ୍ରି ଆଳରେ ଅବାଧରେ କାରଖାନା ଭିତରକୁ ଯାତାୟାତ କରୁଥିଲେ ବୋଲି ସ୍ୱୀକାର କରିଛନ୍ତି ଓ ସୁରକ୍ଷା କଡ଼ାକଡୀ କରିଥିବା ଓ ଚାରିଜଣ ସୁରକ୍ଷା କର୍ମୀଙ୍କୁ ତଦନ୍ତ ପରିସର ମଧ୍ୟରେ ଥିବା ଜଣାଯାଇଛି ।

ଅପର ପକ୍ଷରେ କାରଖାନା ସୁରକ୍ଷା ଗାର୍ଡ ଓ ଜଙ୍ଗଲ କର୍ମଚାରୀ ଙ୍କ ସହ ଉକ୍ତ ଅଭିଯୁକ୍ତଙ୍କ ସହ ସମ୍ପର୍କ ଥିବା ସହ ଭୋଜି ଆୟୋଜନ କରାଯାଇ ଆସୁଥିବା ଓ ନୂତନ କର୍ମୀ ଙ୍କୁ ତାଲିମ ଦିଆଯିବା ଜଣାଯାଇଛି । ଏ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଏ ସବୁ ବିଷୟ ନେଇ ସୁରକ୍ଷା କଡାକଡ଼ି କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments