ଶିକ୍ଷକ କଲୋନୀରେ ଲୁଟ : ୭୫ ହଜାର ଟଙ୍କା ସହ ୩ ଭରି ସୁନା ଲୁଟ୍ ନେଇ ଥାନାରେ ଅଭିଯୋଗ

0
211

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୩/୧୦) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରି ଛକ ସ୍ଥିତ ଏସବିଆଇ ଶାଖା ନିକଟରେ ଥିବା ଶିକ୍ଷକ କଲୋନୀରେ ଏକ ବଡ଼ ଧରଣର ଲୁଟ ହୋଇଥିବା ଜଣାପଡ଼ିଛି ।41f02c8a 7e90 4738 bc59 fa50b9bdc015 ଶିକ୍ଷକ କଲୋନୀରେ ଲୁଟ : ୭୫ ହଜାର ଟଙ୍କା ସହ ୩ ଭରି ସୁନା ଲୁଟ୍ ନେଇ ଥାନାରେ ଅଭିଯୋଗ

ପ୍ରାପ୍ତ ସୂଚନା ମତେ ଶିକ୍ଷକ କଲୋନୀରେ ଶିକ୍ଷକ ଦାମଦର ରାଉତ ଏବଂ ତାଙ୍କ ପତ୍ନୀ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ବାହାରକୁ ଯାଇଥିଲେ।ଘରେ କେହି ନଥିବା ବେଳେ ଲୁଟେରା ସୁଯୋଗ ନେଇ ଘରର ତାଲା ଓ ଗଡ଼ରେଜ ଭାଙ୍ଗି ଅଜଣା ଦୁର୍ବୃତ୍ତ ମାନେ ନଗଦ ୭୫ ହଜାର ଟଙ୍କା ଓ ସୁନା ୩ ଭରି ଓ ରୁପା ୫୦ ଗ୍ରାମ ଚୋରି ହୋଇଥିବା ଅଭିଯୋଗ ହୋଇଛି ।adf4b8bb 3e89 43d8 aa3b c7c30957b000 ଶିକ୍ଷକ କଲୋନୀରେ ଲୁଟ : ୭୫ ହଜାର ଟଙ୍କା ସହ ୩ ଭରି ସୁନା ଲୁଟ୍ ନେଇ ଥାନାରେ ଅଭିଯୋଗ

ଗତକାଲି ବିଳମ୍ବିତ ରାତିରେ ସେମାନେ ଘରକୁ ଫେରି ଘରର ବିଭିନ୍ନ ବଖରାର ତାଲା ଓ ଗଡ଼ ରେଜ ସବୁ ଭଙ୍ଗା ଯାଇଥିବା ଦେଖିବାକୁ ପାଇବା ପରେସଙ୍ଗେ ସଙ୍ଗେ ପୁରୁଣାକଟକ ଥାନାକୁ ଜଣାଇଥିଲେ । ପୋଲିସ ଓ ସନ୍ଧାନୀ କୁକୁର ଟିମ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଚୋରୀ ହୋଇଥିବା ଘରର ଆଖ ପାଖ ଅଞ୍ଚଳରେ ପଚରା ଉଚରା କରୁଥିବା ନେଇ ଥାନା ଅଧିକାରୀ ଜୋଷ୍ଣା ରାଣୀ କାଉଁରୀ ସୂଚନା ଦେଇଛନ୍ତି ।