Thursday, March 28, 2024

Top 5 This Week

Related Posts

ପିଏମ୍ ଗତି ଶକ୍ତି ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ : ଜାଣନ୍ତୁ କଣ ରହିଛି ଏହାର ମହତ୍ୱ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୫/୧୦) : ପ୍ରଗତି ମୈଦାନରେ ପିଏମ୍ ଗତି ଶକ୍ତି ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ଗତି ଶକ୍ତି ଯୋଜନା ଏକ ପ୍ଲାଟଫର୍ମ ଯେଉଁଠି ବିଭିନ୍ନ ମନ୍ତ୍ରଣାଳୟ / ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ପ୍ରଭାବଶାଳୀ ଢ଼ଙ୍ଗରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ ।

ପ୍ରାୟ ୧୬ ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗଦ୍ୱାରା ଆରମ୍ଭ ହୋଇଥିବା ଏହି ଭିତ୍ତିଭୂମୀୟ ଯୋଜନାକୁ ‘ପିଏମ୍ ଗତି ଶକ୍ତି’ ଏକତ୍ର କରିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ଆଜି ମଲ୍ଟି ମୋଡାଲ ସଂଯୋଗୀକରଣ ନିମନ୍ତେ ୧୦୦ ଲକ୍ଷ କୋଟିର ନ୍ୟାଶନାଲ ମାଷ୍ଟର ପ୍ଲାନ ଶୁଭାରମ୍ଭ କରିଛନ୍ତି । ଯାହା ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ସହ ଅର୍ଥନୀତିର ଅଗ୍ରଗତି ପାଇଁ ସହାୟକ ହେବ । ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ, କାର୍ଗୋ ନିୟନ୍ତ୍ରଣ କ୍ଷମତା ବୃଦ୍ଧି କରିବାରେ ପ୍ରଧାନମନ୍ତ୍ରୀ ଗତି ଶକ୍ତିର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଏହି ଯୋଜନାରେ ସମସ୍ତ ସଂପୃକ୍ତ ବିଭାଗକୁ ଗୋଟିଏ ପ୍ଲାଟଫର୍ମରେ ସଂଯୋଗ କରି ପ୍ରକଳ୍ପଗୁଡିକୁ କ୍ରିୟାଶୀଳ କରାଯାଇପାରିବ ବୋଲି ସେ କହିଛନ୍ତ । ତେବେ ଏହାଦ୍ୱାରା ୫-ଟ୍ରିଲିୟନ୍ ଅର୍ଥନିତୀ ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ ବୋଲି ଆଶା କରାଯାଉଛି ।

Popular Articles