Tuesday, March 19, 2024

Top 5 This Week

Related Posts

ପରିବର୍ତ୍ତନ ହେଲା ଗର୍ଭପାତ ନିୟମ : ଗର୍ଭ ଧାରଣର ୨୪ ସପ୍ତାହ ଯାଏଁ ନଷ୍ଟ କରିହେବ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୫/୧୦) : ପରିବର୍ତ୍ତନ ହେଲା ଗର୍ଭପାତ ନିୟମ | ଏଣିକି ଭାରତରେ ଗର୍ଭ ଧାରଣର ୨୪ ସପ୍ତାହ ଯାଏଁ ଏହାକୁ ନଷ୍ଟ କରିହେବ । ପୂର୍ବରୁ ଏହା ୨୦ ସପ୍ତାହ ଥିଲା । ତେବେ ଏହି ପରିବର୍ତ୍ତିତ ନିୟମ କେବଳ କିଛି ନିର୍ଦ୍ଧିଷ୍ଟ ବର୍ଗର ମହିଳାଙ୍କ ପାଇଁ ଲାଗୁ ହେବ । ଅନ୍ୟମାନଙ୍କ ପାଇଁ ପୂର୍ବଭଳି ୨୦ ସପ୍ତାହର ମାନଦଣ୍ଡ ରହିଛି । ଗର୍ଭ ଧାରଣର ୨୦ ସପ୍ତାହ ପରେ କୌଣସି ସାଧାରଣ ମହିଳା ଗର୍ଭପାତ କଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ । ଏଥିପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ପରିବର୍ତ୍ତନ ହେଲା ଗର୍ଭପାତ ନିୟମ | ଯୌନ ଶୋଷଣ, ଦୁଷ୍କର୍ମ ପୀଡ଼ିତା, ନାବାଳିକା, ଗର୍ଭବତୀ ଥିବା ବେଳେ ବିଧବା କିମ୍ବା ବିବାହ ବିଚ୍ଛେଦ ହେଉଥିବା ମହିଳା ଓ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଗର୍ଭପାତର ଅବଧିକୁ ୨୪ ସପ୍ତାହ କରାଯାଇଛି । ସେହିପରି ମାନସିକ ରୋଗରେ ଆକ୍ରାନ୍ତ ମହିଳା ମଧ୍ୟ ଏହି ନିୟମର ବ୍ୟବହାର କରିପାରିବେ ।

ସରକାରଙ୍କ ପକ୍ଷରୁ ଯଦି କୌଣସି ମହିଳା ବିପର୍ଯ୍ୟୟ କିମ୍ବା ଜରୁରୀ କାଳୀନ ସ୍ଥିତିରେ ରହିଛନ୍ତି ବୋଲି ଘୋଷଣା କରାଯାଏ, ତା’ହେଲେ ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇପାରିବେ । ଚଳିତ ବର୍ଷ ମାର୍ଚ୍ଚରେ ଏସଂକ୍ରାନ୍ତ ବିଲ୍ ସଂସଦରେ ପାରିତ ହୋଇଥିଲା । ଏବେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଜଣେ ଡାକ୍ତରଙ୍କ ମତାମତ କ୍ରମେ ମହିଳା ଜଣଙ୍କ ଗର୍ଭ ଧାରଣ କରିବାର ୧୨ ସପ୍ତାହ ମଧ୍ୟରେ ଏହାକୁ ନଷ୍ଟ କରିବାର ବ୍ୟବସ୍ଥା ଥିଲା । ସେହିପରି ଦୁଇ ଜଣ ଡାକ୍ତରଙ୍କ ମତାମତ କ୍ରମେ ୧୨ ରୁ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଅନୁମତି ମିଳୁଥିଲା ।

ନୂଆଁ ନିୟମରେ ୨୪ ସପ୍ତାହ ପରେ ମଧ୍ୟ ଗର୍ଭପାତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ହେଲେ ଏଥିପାଇଁ ରାଜ୍ୟସ୍ତରୀୟ ମେଡିକାଲ ବୋର୍ଡର ନିଷ୍ପତ୍ତି ଜରୁରୀ । ମହିଳାଙ୍କ ସ୍ୱାସ୍ଥ୍ୟ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ରାଜ୍ୟ ମେଡିକାଲ ବୋର୍ଡ ହିଁ ଗର୍ଭପାତ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।

Popular Articles