୫୭ ନଂ ଜାତୀୟ ରାଜପଥ ରେ କାର ସହ ଅଟୋ ଧକ୍କା : ତିନି ଗୁରୁତର

0
386

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୧୫/୧୦) : ଆଜି ସନ୍ଧ୍ୟା ସମୟରେ ୫୭ ନଂ ଜାତୀୟ ରାଜପଥ ଆଡେନିଗଡ଼ ଫାଣ୍ଡି ବଦଲା ନିକଟରେ ଏକ ଯାତ୍ରୀବାହି ଅଟୋ ସହ ଗୋଟିଏ କାର ର ମୁହାଁମୁହିଁ ଧକ୍କା ହେବ ଫଳରେ ଅଟୋରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ର ସୂଚନା ମିଳିଛି |

ସୂଚନା ଅନୁଯାଇ ୫୭ ନଂ ଜାତୀୟ ରାଜପଥ ରେ ବୌଦ୍ଧ ଜିଲ୍ଲା ସୀମାନ୍ତ ବଦଲା ନିକଟରେ OD 05-AK -9698ନଂ ଥିବା ak କାର ସହ ଗୋଟିଏ ଯାତ୍ରୀବାହି ଅଟୋ ଧକ୍କା ହୋଇଥିଲା ଫଳରେ ଅଟୋ ଚାଳକ ସହିତ ବସିଥବା ୨ ଜଣ ଯାତ୍ରୀ ଦୁର୍ଘଟଣା ରେ ଗୁରୁତର ଆହତ ହୋଇଥିଲେ | ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଙ୍କୁ ଆଡେନିଗଡ଼ ଡାକ୍ତର ଖାନରେ ଭର୍ତ୍ତି କରାଯାଇଛି ଓ ଅଟୋଟି ବାଣୀଗୋଛା ର | ଘଟଣା ସ୍ଥଳରେ ଆଡେନିଗଡ଼ ପୋଲିସ ପହଞ୍ଚି ତଦନ୍ତ କରୁଥିବାର ଜଣାପଡିଛି |