ଟିଟିଲାଗଡ଼ ମୁଖ୍ୟ ସରକାରୀ ଡାକ୍ତରଖାନା ରେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ନ ମିଳିବା ଅଭିଯୋଗ

0
349

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୫/୧୦) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ମୁଖ୍ୟ ସରକାରୀ ଡାକ୍ତରଖାନା ରେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ନ ମିଳିବା ଅଭିଯୋଗ ହୋଇଆସୁଛି | ଡାକ୍ତରଖାନା ରେ ମାତ୍ର ୭ ଜଣ ଡାକ୍ତର ନିଯୁକ୍ତରତ ଥିବା ବେଳେ ମାତ୍ର ୪ ଜଣ ବିଶେଷଜ୍ଞ ରହିଛନ୍ତି ।WhatsApp Image 2021 10 16 at 8.03.22 AM ଟିଟିଲାଗଡ଼ ମୁଖ୍ୟ ସରକାରୀ ଡାକ୍ତରଖାନା ରେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ନ ମିଳିବା ଅଭିଯୋଗ

ଟିଟିଲାଗଡ଼ ମୁଖ୍ୟ ସରକାରୀ ଡାକ୍ତରଖାନା ରେ ଉକ୍ତ ସାତ ଜଣ ଡାକ୍ତର ଉଭୟ ବର୍ହିବିଭାଗ ତଥା ଗୁରୁତର ଭର୍ତ୍ତି ଥିବା ରୋଗୀ ଙ୍କୁ ଚିକିତ୍ସା କିଭଳି କରାଯାଉଛି ଓ ୧୦୦ ଶଯ୍ୟା ରୁ ଏବେ ୩ ସହ ଶଯ୍ୟା ଥିବା ବିଶିଷ୍ଟ ଏହି ଡାକ୍ତରଖାନା ରେ ଶଯ୍ୟା ଅଭାବରୁ ରୋଗୀ ତଳେ ଗଡ଼ିବା ପରି ବାରମ୍ବାର ସାଧାରଣ ରେ ତୀବ୍ର ଉତ୍ତେଜନା ମୟ ପରିସ୍ଥିତି ସୃଷ୍ଟି ହୋଇଆସୁଛି । ଏପରି କି ବିଶେଷଜ୍ଞ ଡାକ୍ତର ଙ୍କୁ ବର୍ହିବିଭାଗ ବା ଆଉଟ ଡୋର ଡିଉଟି ଦିଆଯାଉଛି ।

ଉଭୟ ରାତି ଦିନ ଡାକ୍ତର ଅଭାବ ସହ କର୍ମଚାରୀ ଅଭାଵ ଯୋଗୁଁ ଏହି ଡାକ୍ତର ଖାନା ଅବ୍ୟବସ୍ଥା ପାଇଁ ଡାକ୍ତର ଆସିବାକୁ ନାରାଜ ହୋଇ ଆସିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି । ଭେଷଜ ବିଶେଷଜ୍ଞ ଡ଼ଃ ପ୍ରଦୀପ ନାଏକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଦାୟୀତ୍ୱ ରେ ରହିବା ପରେ ସୁରକ୍ଷା ବ୍ୟବସ୍ଥା ସହ ଅନେକ ସୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ପଦ ପଦବୀ ପୂରଣ ହୋଇପାରିନି ।

ଲୋକଙ୍କ ଲମ୍ବା ଲାଇନ ଓ ସର୍ବଦା ଭିଡ଼ ବୃଦ୍ଧି ପାଇଚାଲିବା ଓ ଅକଥନୀୟ ଦୁର୍ଦ୍ଦଶା ସତ୍ତ୍ୱେ ଉଚ୍ଚ ଅଧିକାରୀ ସବୁ ଜାଣି ବାରମ୍ବାର ଦାବି ସତ୍ତ୍ୱେ ସମ୍ପୂର୍ଣ୍ଣ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇ ଆସୁଛି । ଏହି ଅବ୍ୟବସ୍ଥା ଯୋଗୁଁ ତ୍ରୁଟି ପୂର୍ଣ୍ଣ ଇଞ୍ଜେକ୍ସନ ସହ ପ୍ରତି ଦିନ ଉପଯୁକ୍ତ ସୁବିଧା ନ ଥିବାରୁ ଓ ଅନ୍ୟତ୍ର ସ୍ଥାନାନ୍ତର ଯୋଗୁଁ ନିୟମିତ ରୋଗୀ ମୃତ୍ୟୁ ର ଶିକାର ହେଉଛନ୍ତି । ଏପରି କି ସାଧାରଣ ବ୍ୟକ୍ତି ଅନ୍ୟତ୍ର ସ୍ଥାନାନ୍ତର ସମୟ ମଧ୍ୟରେ ଜୀବନ ହରାଇ ଚାଲିଛନ୍ତି ।

ମାତ୍ର କିଛି ବିଶେଷ ଡାକ୍ତର ଙ୍କୁ ଯଥା, ଡ଼ଃ ଓଁକାର ହୋତା,ଡ଼ଃ ବିଜୁ ଅଗ୍ରୱାଲ, ଡ଼ଃ ହେମନ୍ତ ମେହେର,ଡ଼ଃ ବଳରାମ ସାହୁ,ଡ଼ଃ କୃଷ୍ଣଚନ୍ଦ୍ର ପାଲ, ଡ଼ଃ ଏସକେ ରାଉତ ପ୍ରମୂଖ ଙ୍କୁ ଅନ୍ତଃ ବିଭାଗ ଓ ବର୍ହିବିଭାଗ ଦାୟୀତ୍ୱ ପ୍ରଦାନ କରାଯିବା ଓ ନୂତନ ବିଶେଷଜ୍ଞ ପଦବୀ ଖାଲି ନେଇ ପଦକ୍ଷେପ ନ ନେବା ଯୋଗୁଁ ଏଭଳି ଡାକ୍ତରଖାନା ରେ ପରିସ୍ଥିତି ସୃଷ୍ଟି ହୋଇଛି । କୌଣସି ପ୍ରକାର ଆଖି ଦୃଶିଆ ପଦକ୍ଷେପ ଜିଲ୍ଲା ପ୍ରଶାସନ ନ ନେବା ସହ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହି ଏ ପରିସ୍ଥିତି ର ସମାଧାନ ନ କରିବା ପରି ବିଜେପି ଯୁବ ସଦସ୍ୟ ନର୍ସିଂ ସିଂ ଅଭିଯୋଗ କରିଛନ୍ତି ।

ଏପରି କି ଜଣେ ପ୍ରସୂତି ମହିଳା ଙ୍କ ମୃତ୍ୟୁ ନିଜ ଅଞ୍ଚଳ ର ମନ୍ତ୍ରୀ ପଦରେ ରହି ଶସ୍ତା ରାଜନୀତି କରାଯାଉଛି ବୋଲି ଦୃଢ଼ ନିନ୍ଦା କରିଛନ୍ତି । ଏ ସବୁ ସମସ୍ୟା ର ସ୍ଥାୟୀ ପ୍ରତିକାର ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବା ବୋଲି ପ୍ରକାଶ କରିଛନ୍ତି । ଏ ନେଇ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।