Friday, March 29, 2024

Top 5 This Week

Related Posts

ପୁଣି ଚଳିତ ବର୍ଷ ରକ୍ତରଞ୍ଜିତ ହେଲା ଘଣ୍ଟାଶୁଣି ପୀଠ : ଥାନାରେ ପଡ଼ିଲାନି ବଳି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୬/୧୦) : ପ୍ରତିବର୍ଷ ପରି ଚଳିତ ବର୍ଷ ଭକ୍ତି ଓ ଚଳିତ ପରମ୍ପରା ଆଗରେ ହାର ମାନିଲା ପ୍ରଶାସନ । ପୁଣି ଚଳିତ ବର୍ଷ ରକ୍ତରଞ୍ଜିତ ହେଲା ଘଣ୍ଟାଶୁଣି ପୀଠ |WhatsApp Image 2021 10 16 at 11.38.39 AM ପୁଣି ଚଳିତ ବର୍ଷ ରକ୍ତରଞ୍ଜିତ ହେଲା ଘଣ୍ଟାଶୁଣି ପୀଠ : ଥାନାରେ ପଡ଼ିଲାନି ବଳି

ଜିବେଦୟା ଅନୁଷ୍ଠାନ ତରଫରୁ ବଳିପ୍ରଥା ବନ୍ଦ ପାଇଁ ପ୍ରଚାର ପ୍ରସାର ସତ୍ତ୍ୱେ ପୂର୍ବେ ଦେବୀ ଘଣ୍ଟାଶୁଣି ଙ୍କ ବରୁଆ ବା ଦେବୀ ରୂପେ ମନ୍ଦିର ରୁ ଟିଟିଲାଗଡ଼ ଥାନା କୁ ଯାଇ ସେଠି ଛେଳି ବଳି ଦେଇ ଥାନା ଅଧିକାରୀ ପୂଜା କରିଥାନ୍ତି । ଚଳିତ ବର୍ଷ ଏହା ବନ୍ଦ ରହିବା ଓ ନଗର ପରିକ୍ରମା ଅନୁମତି ନ ଥିବା ସତ୍ତ୍ୱେ ଯଥେଷ୍ଟ ମାତ୍ରା ରେ ପ୍ରଶାସନ ନିୟନ୍ତ୍ରଣ କରି ପାରିଥିଲା । ପୁଣି ଚଳିତ ବର୍ଷ ରକ୍ତରଞ୍ଜିତ ହେଲା ଘଣ୍ଟାଶୁଣି ପୀଠ, ମନୋକାମନା ପୂର୍ଣ୍ଣ ନିମନ୍ତେ ଘଣ୍ଟ ମାନସିକ ଓ ବନ୍ଧା ହେବା ସହ ୪୫୫ ଗୋଟି ଛେଳି,ମେଣ୍ଢା ବଳି ଦିଆଯାଇଛି ଓ କୁକୁଡ଼ା ବି ବଳି ପଡିଥିବା ବେଳେ ପ୍ରାୟ ୧୪ ଗୋଟି ଛେଳି ଙ୍କୁ ବଳି ନାମରେ ଜୀଅନ୍ତା ଛାଡିଦିଆ ଯାଇଛି ।

ପ୍ରଶାସନ କେବଳ ନୀତି,କାନ୍ତି,ପାରମ୍ପରିକ ପ୍ରଥା ପାଇଁ ମନ୍ଦିର ଭିତରକୁ ଅନେକ ପୂଜକ ଶ୍ରେଣୀ ର ଲୋକଙ୍କୁ ପ୍ରବେଶ ଅନୁମତି ଦେଇ ମନ୍ଦିର ଗେଟ ରେ ତାଲା ପକାଇ କଡା ସୁରକ୍ଷା ଦେଇଥିବା ବେଳେ ଭକ୍ତ ବାହାରେ ପୂଜା ପାଠ କରିଥିଲେ ।

ହେଲେ ଅନେକ ଲୋକେ ମନ୍ଦିର ପଛପଟୁ ନିଜ ଛେଳି,ମେଣ୍ଢା ନେଇ ପ୍ରବେଶ କରିଥିଲେ । ଅନେକ ସଂଖ୍ୟା ରେ ଏହି ବଳି ଦିଆଯାଇଥିଲା । ଉପଜିଲ୍ଲାପାଳ ବଳି ସମ୍ପୂର୍ଣ୍ଣ ବନ୍ଦ ସହ କଡା ସୁରକ୍ଷା ବ୍ୟବସ୍ଥା ପରମ୍ପରା ଆଗରେ ମୁଣ୍ଡ ନୁଆଁଇଛି ।

Popular Articles