ଥାଇରଏଡ୍ ସମସ୍ୟା ରେ ପୀଡିତ କି ? ଖାଆନ୍ତୁ ନାହିଁ ଏହି ୫ ଟି ଜିନିଷ…

0
180

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୧୬/୧୦) : ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍ ସମସ୍ୟା ରେ ପୀଡ଼ିତ ହୁଅନ୍ତି । ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହୁଅନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରୋଗ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ । ତେବେ ସୂଚନା ଅନୁଯାୟୀ ଭାରତର ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ଏହି ରୋଗରେ ପୀଡ଼ିତ ହୋଇଥାନ୍ତି ।

ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ । କାରଣ କିଛି ଖାଦ୍ୟ ଏହି ଥାଇରଏଡ୍ ସମସ୍ୟା କୁ ବଢ଼ାଇ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି କ୍ରମରେ ଥାଇରଏଡ୍‌ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ |

ପ୍ରୋସେଡ୍ ଫୁଡ୍‌ : ଥାଇରଏଡ୍‌ ରୋଗୀ ପ୍ରୋସେସ୍ଡ ଫୁଡ୍‌ ସେବନ କରିବା ଅନୁଚିତ । ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ ଅସୁବିଧାରେ ପକାଇଥାଏ ।

ଲାଲ ମାଂସ : ଏଥିରେ ସାଚୁରେଟେଡ୍‌ ଫ୍ୟାଟ୍‌ ଏବଂ କୋଲେଷ୍ଟରଲ ଥାଏ । ଏହା ଥାଇରଏଡ ହର୍‌ମୋନକୁ ବୃଦ୍ଧି କରିଥାଏ । ଏଣୁ ରୋଗୀଙ୍କୁ ଲାଲ ମାଂସ ଖାଇବା ଅନୁଚିତ ।

ମଦ : ଏହି ସମୟରେ ମଦ ସେବନ କରିବା ଅନୁଚିତ୍‌ । କାରଣ ଥାଇରଏଡ୍‌ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ଖରାପ ପ୍ରଭାବ ପକାଇଥାଏ । ଏଣୁ ହେଲ୍ଥ ଏକ୍ସପର୍ଟ ରୋଗୀଙ୍କୁ ମଦ୍ୟପାନ ନ କରିବାକୁ ପରାମର୍ଶ ଦେଇଥାନ୍ତି । ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ ।

ସୋୟାବିନ : ତେବେ ଥାଇରଏଡ ରୋଗୀଙ୍କୁ ସୋୟାବିନ୍‌ ଖାଇବା ଅନୁଚିତ ।

ଫାଇବର ଯୁକ୍ତ ପନିପରିବା : ଥାଇରଏଡ ରୋଗୀ ଫାଇବର ଥିବା ଖାଦ୍ୟ ଖାଇବା ଅନୁଚିତ୍ । କାରଣ ପାଳଙ୍ଗ,କୋବି, ବ୍ରୋକୋଲି ଇତ୍ୟାଦି ସେବନ କରିବା ଅନୁଚିତ ।