Friday, March 29, 2024

Top 5 This Week

Related Posts

ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦୁବାଇ/ନୂଆଦିଲ୍ଲୀ,(୧୬/୧୦) : ଚଳିତ ବର୍ଷର ଆଇପିଏଲ୍‌ ଚାମ୍ପିଅନ୍ ହେଲା ଚେନ୍ନାଇ । ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍ । କେକେଆରକୁ ୨୭ ରନ୍‌ରେ ହରାଇଲା ଚେନ୍ନାଇ । ୯ ୱିକେଟ୍‌ ହରାଇ ୧୬୫ ରନ୍‌ରେ ସୀମିତ ରହିଥିଲା କୋଲକାତା ।

ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍ | ଆଜି ଆଇପିଏଲର ଗ୍ରାଣ୍ଡ ଫିନାଲେ ଟାଇଟଲ ପାଇଁ ୟୁଏଇରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକତା ନାଇଟ୍ ରାଇଡର୍ସ । କେକେଆର ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଫାଫ୍ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା । ଫଳରେ ଫାଇନାଲ ମୁକାବିଲା ଜିତିବା ପାଇଁ କେକେଆରକୁ ୧୯୩ ରନ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିଲେ । ଚେନ୍ନାଇ ପକ୍ଷରୁ ଡୁପ୍ଲେସିସ୍ ସର୍ବାଧିକ ୮୬ ରନ୍ କରିଥିବା ବେଳେ ଋତୁରାଜ ଗାଏକ୍ୱାଡ, ରବିନ୍ ଉଥାପ୍ପା ଓ ମୋଇନ୍ ଅଲୀ ଦମଦାର ରନ୍ ସାମିଲ ଥିଲା ।

ରେକର୍ଡ କହୁଛି, ଦ୍ୱିତୀୟ ବ୍ୟାଟିଂ କରିଥିବା ଟିମ୍ ଶେଷ ୮ ମ୍ୟାଚ ଜିତିଛି ତେଣୁ ଏହି ଧାରା ମୋର୍ଗାନଙ୍କ କୋଲକତା ଟିମକୁ ସୁହାଇବ ବୋଲି ଆଶା କରିଥିଲେ । କୋଲକାତାର ବ୍ୟାଟ୍ସମ୍ୟାନ୍ ଗିଲ ୪୩ ଟି ବଲ୍‌ରେ ୫୧ ରନ୍‌ କରିଥିଲେ । କିନ୍ତୁ ଗିଲ୍‌ଙ୍କ ଆଉଟ୍‌ ପରେ ଅନ୍ୟ କୌଣସି ବ୍ୟଟ୍ସମ୍ୟାନ୍ ଚେନ୍ନାଇ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । କେକେଆର ଟିମ୍ ଶେଷ ୪ ଟି ଯାକ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ ପାଇଁ ମନୋବଳ ଦୃଢ କରିଥିଲେ । କିନ୍ତୁ ଏଥର ଭାଗ୍ୟ ସାଥ୍ ଦେଇ ନ ଥିଲା ।

କୋଲକତା ଟିମ୍ ତୃତୀୟ ଥର ଫାଇନାଲରେ ପହଞ୍ଚିଥିଲା । ଏହା ପୂର୍ବରୁ ଫାଇନାଲ ଯାଇ ୨ ଥର ଯାକ ଚାମ୍ପିଅନ୍ ହୋଇଥିଲା । କେକେଆର ୨୦୧୨ ରେ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ କୋଲକତା ନାଇଟ୍ ରାଇଡର୍ସ ଚେନ୍ନାଇକୁ ହରାଇ ଟ୍ରଫି ହାସଲ କରିଥିଲା । ତେଣୁ ୯ ବର୍ଷ ପରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିଲା ଧୋନୀ ବାହିନୀ ଚେନ୍ନାଇ ଟିମ୍ । ନବମ ଥର ପାଇଁ ଫାଇନାଲକୁ ଯାଇ ଆଗରୁ ତିନିଥର ଚାମ୍ପିଅନ୍ ହୋଇଥିଲା ଚେନ୍ନାଇ ।

Popular Articles