Friday, March 29, 2024

Top 5 This Week

Related Posts

ଶ୍ରୀ ସତ୍ୟ ସାଇ ସେବା ସମିତି ଦ୍ୱାରା PWD କଲୋନୀ ରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୭/୧୦) : ଢେଙ୍କାନାଳ ର ଶ୍ରୀ ସତ୍ୟ ସାଇ ସେବା ସମିତି ର ଆନୁକୂଲ୍ୟରେ PWD କଲୋନୀ ରେ ଏକ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।WhatsApp Image 2021 10 17 at 10.21.23 AM 1 ଶ୍ରୀ ସତ୍ୟ ସାଇ ସେବା ସମିତି ଦ୍ୱାରା PWD କଲୋନୀ ରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ଏକ ଶୋଭାଯାତ୍ରା ଶ୍ରୀ ସତ୍ୟ ସାଇ ମନ୍ଦିର ଠାରୁ ବାହାରି ବାଜିଚୌକ ପର୍ଯ୍ୟନ୍ତ ଯାଇଥିଲା । ଶ୍ରୀ ସାଇ ସେବା ସମିତି ଦ୍ୱାରା ଲୋକମାନଙ୍କୁ ମାସ୍କ ଓ ଲିଫ ପ୍ଲେଟ ବଣ୍ଟନ କରାଯାଇଥିଲା ଏବଂ କୋଭିଡ଼ ପାଇଁ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ସମିତି ର ଆବାହକ ବିଶ୍ୱଧର ସାମଲ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ବେହେରା, ବିରଞ୍ଚି ନାରାୟଣ ନାଥ, ବ୍ରହ୍ମବନ୍ଧୁ ଚିନାରା ଓ ସମିତି ତଥା ଗେଙ୍ଗୁଟିଆ ଓ ଶୋଗାରପସି ଭଜନ ମଣ୍ଡଳୀ ର ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Popular Articles