Friday, March 29, 2024

Top 5 This Week

Related Posts

କାଶୀନଗର ଟାଉନ୍ ରେ ନବୀନ ପଟ୍ଟନାୟକ ଙ୍କ ୭୫ ତମ ଜନ୍ମ ଦିନ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୭/୧୦) : ଆଜି କାଶୀନଗର ଟାଉନ୍ ରେ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୫ ତମ ଜନ୍ମଦିବସ ପାଳିତ ହୋଇଯାଇଛି | ଟାଉନ୍ ସଭାପତି ରଘୁରାମ ସାହୁ ଙ୍କ ନେତୃତ୍ୱରେ ଏହି ଜନ୍ମ ଦିନ ଉତ୍ସବ ପାଳିତ ହୋଇଛି । 

କାଶୀନଗର ଟାଉନ୍ ରେ ପୂର୍ବତନ ଅଧ୍ୟକ୍ଷା ସୁଧରଣି, ଜିଲ୍ଲା ଉପସଭାପତି କରିମ୍ ମଧୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବାଉଜ୍ୟୋଷ୍ଟ ନେତା ତିରୁପତି ରାଓ, କତିକି ରାମ ରାଓ, ମହିଳା ବିଜେଡ଼ି ସମ୍ପାଦିକା ମାନସୀ ପାଣିଗ୍ରାହୀ ଆହୁରି ଅନେକ ନେତା ଙ୍କ ଉପସ୍ଥିତି ରେ ଜନ୍ମ ଦିନ ର କେକ୍ କଟା ଯାଇଥିଲା | ମେଡିକାଲ୍ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

କୋଭିଡ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ତଳିଆ କର୍ମଚାରୀ ଙ୍କୁ ସମ୍ମାନିତ କରା ଯାଇଥିଲା । ଯୁବ ସଭାପତି ରାଜେଶ୍ ମିଶାଲ ଚିହ୍ନା ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Popular Articles