Thursday, March 28, 2024

Top 5 This Week

Related Posts

ଆଞ୍ଚଳିକ ବିକାଶ ପରିଷଦ ପୁରୁଣାକଟକ ଗଠିତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୧୭/୧୦) : ହରଭଙ୍ଗା ବ୍ଲକ ପୁରୁଣାକଟକ ଅଞ୍ଚଳର ବିକାଶ ପାଇଁ ସ୍ଥାନୀୟ ଅଂଚଳ ର ସଚେତନ ନାଗରିକ ମାନଙ୍କୁ ନେଇ ଆଞ୍ଚଳିକ ବିକାଶ ପରିଷଦ ଭଳି ଏକ ସଂଗଠନ ଆରମ୍ଭ କରାଯାଇଥିବା ଜଣା ପଡିଛି |aa23ce23 ae7b 4ba4 b583 1e3dcad6dc47 ଆଞ୍ଚଳିକ ବିକାଶ ପରିଷଦ ପୁରୁଣାକଟକ ଗଠିତ

ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ଆଞ୍ଚଳିକ ବିକାଶ ପରିଷଦ କମିଟି ର କର୍ମକର୍ତ୍ତା ମନୋନୟନ କରାଯାଇଥିଲା | ସଭାପତି ଭାବେ ରାଜୀବ କୁମାର ପଣ୍ଡା ,ସମ୍ପାଦକ ବିକାଶ କୁମାର ମହାକୁଡ଼, ସହ ସମ୍ପାଦକ ବାଳକୃଷ୍ଣ ନାୟକ,ଉପସଭାପତି ଲବ କିଶୋର ପ୍ରଧାନ, କୋଷାଧକ୍ଷ ଭାବେ ସୁକାନ୍ତ ଦାଶ ସର୍ବ ସମତି କ୍ରମେ ମନୋନୀତ ହୋଇଥିଲେ | ସେହିପରି ନିରାକାର ଭୋଇ ଓ ପ୍ରଦୀପ କୁମାର ମଲିକ କାର୍ଯ୍ୟକାରୀ କମିଟି ସଦସ୍ୟ ଓ ରାଜକିଶୋର ଅଗ୍ରୱାଲ ସୁକାନ୍ତ ପଟନାୟକ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ମନୋନୀତ ହୋଇଥିଲେ | ଏହି କମିଟି ପୁରୁଣାକଟକ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ସଭାପତି ରାଜୀବ କୁମାର ପଣ୍ଡା ସୂଚନା ଦେଇଛନ୍ତି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles