Friday, March 29, 2024

Top 5 This Week

Related Posts

ନବୀନ ସ୍ମ।ରକୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୭/୧୦) : ବୋୖଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ ଆଜି ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନବୀନ ସ୍ମ।ରକୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି ।

ଏହି ନବୀନ ସ୍ମ।ରକୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ ମ୍ୟାଚରେ ଖେଳକୁ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ପଞ୍ଚାୟତ ହାଇସ୍କୁଲ ସଂଗ୍ରାମପୁର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ମେହେର ଓ ସମାଜ ସେବୀ ଗୟାଧର ମହାକୁଡ଼,ଓ ପ୍ରଦୀପ ବେହେରା । ଏହାପରେ ପ୍ରଥମ ମ୍ୟାଚ ଆରମ୍ଭ ହୋଇଥିଲା ଯମଟାଙ୍ଗୀ ଓ ଓଲଣିଆ ମଧ୍ୟରେ । ଏହି ପ୍ରଥମ ମ୍ୟାଚରେ ଓଲଣିଆ ଦଳ ପେଣ୍ଡାଲଟିକ ଜରିଆରେ ଯମଟାଙ୍ଗୀ ଦଳ ୨-୦ ଗୋଲରେ ବିଜୟ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚ ସେହିଭଳି ବଲାସିଙ୍ଗା ଓ ସାହୁପଡା ମଧ୍ୟରେ ହୋଇଥିଲା । ବଲାସିଙ୍ଗା ଦଳ ପେଣ୍ଡାଲଟିକ ଜରିଆରେ ୫-୪ ଗୋଳରେ ବିଜୟଲାଭ କରିଛି ।

ଏହି ଖେଳକୁ ପରିଚାଳନା କରିଥିଲେ ରେଫରି ସୁଜିତ ରାଜହଂଶ, ଲାଇନ ରେ ସହଜଗ କରିଥିଲେ ସତ୍ୟଜିତ ବେହେରା, ଶୁଭେନ୍ଦୁ ନାଏକ, ଚତୁର୍ଥ ଭାବରେ ଦୁର୍ଶିଳା ପ୍ରଧାନ ରେଫରି ଭାବରେ ଥିଲେ । ଧରାବିବରଣୀ କରିଥିଲେ ଚମତ ମୟ ଭକ୍ତ । ଖେଳରେ ସହଯୋଗ କରିଥିଲେ ନବୀନ ସ୍ମାରକୀ ଦଳ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles