ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି ମହିଳାଙ୍କ ସ୍ଥାନ ସଂରକ୍ଷିତ ନ ଥିବାରୁ ମହିଳାଙ୍କ ବିକ୍ଷୋଭ

0
242

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୭/୧୦) : ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମପଞ୍ଚାୟତ ରେ ଦେଖିବାକୁ ମିଳିଛି ଏକ ବିରାଟ ସମସ୍ୟା ର ଦୃଶ୍ୟ | ଯାହାକି ବୌଦ୍ଧ ଜିଲ୍ଲାବାସୀଙ୍କୁ ଚକିତ କଲାପରି ରାଜନୀତିର ନଗ୍ନ ଚିତ୍ର | ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ବି ଏହି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି ର ମହିଳା ମାନେ ରାଜନୀତିର ସ୍ୱାଧୀନତା ପାଇବା ବହୁ ଦୂରରେ |

ମୁଣ୍ଡିପଦର ଗ୍ରାମପଞ୍ଚାୟତ ଆରମ୍ଭ ହେଲା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅନୁସୂଚିତ ମହିଳା ମାନଙ୍କର ସରପଞ୍ଚ ଓ ସମିତିସଭ୍ୟ ପଦବୀ ପାଇଁ ପ୍ରାୟ ୭୦ ବର୍ଷ ୧୨ ଥର ପଞ୍ଚାୟତ ନିର୍ବାଚନ ରେ ସ୍ଥାନ ସଂରକ୍ଷଣ ନ ଥିବାର ସୂଚନା ଅଛି | ଏହା ଏକ ଲଜ୍ୟା ର ବିଷୟ,ମୁଣ୍ଡି ପଦର ଗ୍ରାମପଞ୍ଚାୟତ ରେ ଉଚ୍ଚ ଶିକ୍ଷିତ ଅନୁସୂଚିତ ମହିଳା ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଶାୟୀ ଥିଲେ ମଧ୍ୟ ତାଙ୍କ ର ଭାଗ୍ୟରେ ସ୍ୱାଧୀନତା ର ସକାଳ ସୂର୍ଯ୍ୟ କଳା ବାଦଲରେ ସତେ ଯେମିତି ମଳିନ ପଡିଯାଉଛି |

ତେଣୁ ଏହି ପଞ୍ଚାୟତର ବିଭିନ୍ନ ବର୍ଗର ଶତାଧିକ ମହିଳା ଆଜି ପଞ୍ଚାୟତ ଅଫିସ ର ପରିସରରେ ଅନୁସୂଚିତ ଜାତି ମହିଳା ସ୍ଥାନ ଆସନ୍ତା ୨୦୧୨ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପାଇଁ ବିକ୍ଷୋଭ କରିଥିଲେ ଏବଂ ରାଜ୍ୟ ସରକାର ଙ୍କ ନିୟମ ଅନୁଯାଇ ଚଳିତ ମାସ ଗତ ୧୪ ତାରିଖ ରେ ଅନୁସୂଚିତ ଜାତି ମହିଳା ସରପଞ୍ଚ ଓ ସମିତି ସଭ୍ୟ ସ୍ଥାନ ସଂରକ୍ଷଣ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଥିଲେ | ଆଜି ସରକାର ନାରୀ ମାନଙ୍କ ପ୍ରତି ଦକ୍ଷ ତାଲିମ କାର୍ଯ୍ୟକ୍ରମ, ମିଶନ ସଶକ୍ତି କରଣ, ନାରୀ ମାନଙ୍କୁ ପ୍ରାଥମିକତା ଦେଉ ଥିବା ବେଳେ ଅନୁସୂଚିତ ଜାତି ଶତକଡା ୫୦ ଭାଗ ମୁଣ୍ଡିପଦର ଗ୍ରା. ପ ରେ ବସବାସ କରୁଥିଲେ ବି ଦେଖିବାକୁ ମିଳିଛି ଓଲଟା |

ଯଦି ଆଗାମୀ ଦିନରେ ୨୦୧୨ ପଞ୍ଚାୟତ ନିର୍ବାଚନ ରେ ଅନୁସୂଚିତ ମହିଳା ସରପଞ୍ଚ ପଦବୀ କରା ନ ଯାଏ ଭୋଟ ବର୍ଜନ କରାବା ସହିତ 5T ସଚିବ, ମୁଖ୍ୟ ମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ, ହାଇ କୋର୍ଟ, ର ଦ୍ୱାରାସ୍ଥ ହୋଇ ଆଇନ ର ଆଶ୍ରୟ ନିଆଯିବ ବୋଲି ଅଭିଯୋଗ ଆଣିଛନ୍ତି ଶତାଧିକ ମହିଳା |