କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରାକ ପ୍ରସ୍ତୁତି ବୈଠକ

0
152

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୧୭/୧୦) : ବାଲିଗୁଡା କଂଗ୍ରେସ ଭବନ ପରିସରରେ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଇସ୍ତାହାର ସକାଶେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି |WhatsApp Image 2021 10 18 at 10.05.14 AM କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରାକ ପ୍ରସ୍ତୁତି ବୈଠକ

ଏଥିରେ ଡ଼ି.ସି.ସି. ସଭାପତି ଅନାମ ନାୟକ, ଓଡିଶା ରାଜୀବ ଗାନ୍ଧୀ ପଞ୍ଚାୟତରାଜ ଅଧ୍ୟକ୍ଷ ତଥା କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ଆର.ଜି.ପି.ଆର.ଏସ. ଉପାଧ୍ୟକ୍ଷ ବିଜୟ ପ୍ରଧାନ, କନ୍ଧମାଳ ଜିଲ୍ଲା କଂଗ୍ରେସ ପ୍ରଭାରୀ ବିସ୍ମୟ ମହାପାତ୍ର, ପିସିସି ଉପସଭାପତି ନକୁଳ ନାୟକ କନ୍ଧମାଳ ସାଂସଦ ପ୍ରାଥୀ ମନୋଜ ଆଚାର୍ଯ୍ୟ ପ୍ରମୁଖ ବୈଠକ ରେ ଉପସ୍ଥିତ ରହି ଆଗାମୀ ପଞ୍ଚାୟତ ନିର୍ବାଚନ ସକାଶେ କନ୍ଧମାଳ ଜିଲ୍ଲା ରେ ଦଳୀୟ ରଣନୀତି ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ ହୋଇଛି |

ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ସମସ୍ୟା ଲୋକ ମାନଙ୍କ ରହିଛି | ଏ ସମ୍ପର୍କ ରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନଏସି ର ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟରେ ମାନସ ମନ୍ଥନ ବୈଠକ ହୋଇଛି | ଆଗାମୀ ଦିନ ରେ କଂଗ୍ରେସ ଦଳ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଗାଁ କୁ ଯାଇ ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇ ଦଳ ର ଇସ୍ତାହାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ |WhatsApp Image 2021 10 18 at 10.05.14 AM 1 କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରାକ ପ୍ରସ୍ତୁତି ବୈଠକ

କନ୍ଧମାଳ ଜିଲ୍ଲାରୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରାକ ପ୍ରସ୍ତୁତି ଇସ୍ତାହାର ପାଇଁ ରଣନୀତି ପ୍ରସ୍ତୁତ ହୋଇ ଥିବା କନ୍ଧମାଳ ଜିଲ୍ଲା କଂଗ୍ରେସ ପ୍ରଭାରୀ ବିସ୍ମୟ ମହାପାତ୍ର ସୂଚନା ଦେଇଛନ୍ତି | କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା କୁ ନେଇ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ସରକାର ଙ୍କ ଅସଫଳତା କୁ ନେଇ ଲୋକ ଙ୍କ ପାଖରେ ରେ ପହଞ୍ଚିବୁ ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି |

ଏହି ବୈଠକ ରେ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ଜିଲ୍ଲା ସଂଯୋଜକ ପ୍ରତାପ ପ୍ରଧାନ, ଜୋନାଲ ସଂଯୋଜକ ସନ୍ତୋଷ କୁମାର ବକସି, ସମେତ ଦଳୀୟ କର୍ମୀ ଯୋଗଦେଇ ଥିଲେ | କନ୍ଧମାଳ ଭଳି ପଛୁଆ ଅଞ୍ଚଳ ରେ ରହିଥିବା ଶିକ୍ଷା, ସ୍ୱାସ୍ଥ୍ୟ, ବେକାରୀ ସମସ୍ୟା ଭଳି ମୌଳିକ ସମସ୍ୟା କୁ ନେଇ ଆଗାମୀ ଦିନ ରେ ଲୋକଙ୍କ ପାଖରେ ଦଳ ପହଞ୍ଚିବ ବୋଲି ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ଦଳୀୟ ପଦାଧିକାରୀ |