ବିଚାର ବିଭାଗ ର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ବନ୍ଧୁମିଳନ ଅନୁଷ୍ଠିତ

0
183

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୮/୧୦) : ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ବିଚାର ବିଭାଗ ର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଜିଲ୍ଲାର ବିଚାର ବିଭାଗ ର ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଭାବ ଆଦାନ ପ୍ରଦାନ କରିବା ସହିତ ବହୁତ ମୂଲ୍ୟବାନ ସମସ୍ୟା ଉପରେ ଆଲୋକପାତ କରିଥିଲେ ଏବଂ ଆସନ୍ତା ଜାନୁୟାରୀ ମାସରେ ଏହିପରି ଏକ ବନ୍ଧୁମିଲନ ହେବାପାଇଁ ମତାମତ ଦେଇଥିଲେ । ଉକ୍ତ ବନ୍ଧୁ ମିଳନ ରେ ଦିବ୍ୟଙ୍ଗତ ବନ୍ଧୁମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି ବୈଠରେ ସଭାପତି ନୃସିଂହଁ ଚରଣ ମହାପାତ୍ର, କୁଳମଣି ମଙ୍ଗରାଜ, ଯୁଗଳ କିଶୋର ସାହୁ, ତରୁଣ କୁମାର ବିଶ୍ବାଳ,ରବି ନାରାୟଣ ମହାନ୍ତି ଏବଂ ପ୍ରହ୍ଲାଦ ସ୍ୱାଇଁପ୍ରମୁଖ ଉପସ୍ଥିତ ଥିଲେ ।