ବରିଷ୍ଠ ସାମ୍ବାଦିକ ଅକ୍ଷୟ ପୂଜାହାରୀଙ୍କ ଅକାଳ ପୁତ୍ର ବିୟୋଗରେ ବିନିକାରେ ଶୋକସଭା

0
202

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା,(୧୭/୧୦) : ବିନିକା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପୂଜାହାରୀଙ୍କ ଏକମାତ୍ର ପୁତ୍ର ଅଭିଜିତ ପୂଜାହାରୀ (୨୨)ଙ୍କ ଅକାଳ ବିଯୋଗରେ ସାହିତ୍ୟ ଘର ପକ୍ଷରୁ ଏକ ଶୋକସଭା ସଭାପତି ପ୍ରମୋଦ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ପୂଜାହାରୀଙ୍କ ସ୍ୱଗର୍ତ ପୁତ୍ର ଅଭିଜିତଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶାଶ୍ୱତ ତ୍ରିପାଠୀ ଯୋଗଦେଇ ଅଭିଜିତଙ୍କ ସଙ୍ଗୀତ କଳା ଉପରେ ଥିବା ରୁଚି ଉପରେ ଆଲୋକପାତ କରିଥିଲେ । ଉଚ୍ଚ ଆକାଂକ୍ଷା ନେଇ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଦିଲ୍ଲୀରେ ରହୁଥିବା ଅଭିଜିତ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତ ୧୨ ତାରିଖରେ ହଠାତ ଆର ପାରିକୁ ଚାଲିଯିବା ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ଉକ୍ତ ସଭାରେ ମତ ପ୍ରକାଶ ପାଇଥିଲା ।

ଏଥିରେ ନୀଳାଚଳ ମେହେର, ଗରିବ ସାଲମା, ବିରଞ୍ଚି ମେହେର, ସୌମ୍ୟ ପୁଜାହାରୀ, କାମ୍ପାଲ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏଥିର ସଂପାଦକ ମାନଗୋବିନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।