ଶିଆଳି ଠାରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ରେ ୪ ଆହତ

0
268

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୧୦) : ଗତକାଲି ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳ ର ଶିଆଳି ଠାରେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟି ଯାଇଛି ।

ଖବର ନେବାରେ ଜଣାଯାଇଛି କି ରାୟଗଡ଼ା ରୁ ଏକ ପରିବାର ଦଶହରା ଉପଲକ୍ଷେ ଭ୍ରମଣ ପାଇଁ ଯାଇଥିଲେ । ସେଠାରୁ ସେମାନେ ନିଜ ଗ୍ରାମ କୁ ଫେରୁଥିବା ବେଳେ ପାରଳାଖେମୁଣ୍ଡି ର ଏକ କାର ସହ ଶିଆଳି ଠାରେ ରାସ୍ତା ର ଏକ ବୁଲାନୀ ରାସ୍ତା ରେ ମୁହାମୁହିଁ ଧକ୍କା ଲାଗି ଯିବା ଫଳ ରେ ୪ ଜଣ ଆହତ ଓ ୨ ଜଣ ଗୁରୁତର ହୋଇଥିଲେ ।

କାଶୀନଗର ପୋଲିସ ଖବର ପାଇ ଆହତ ମାନଙ୍କୁ କାଶୀନଗର ପ୍ରାଥମିକ ଚିକିତ୍ସାଲୟ ରେ ଭର୍ତ୍ତି କରି ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ୨ ଜଣ ଗୁରୁତର ଙ୍କୁ ଗୁଣୁପୁର ଚିକିତ୍ସା ପାଇଁ ପଠାଇଥିବା ସୂଚନା ରହିଛି ।