Thursday, March 28, 2024

Top 5 This Week

Related Posts

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସହାୟତା ରାଶି ପ୍ରଦାନ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୮/୧୦) : ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ବୁଟୁପାଲି ADB ଷ୍ଟେଟବ୍ୟାଙ୍କ ଅନ୍ତର୍ଗତ ବୁରକଟା ଗ୍ରାମର ପଣ୍ଡିତ କଅଁରଙ୍କୁ ଆଜି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ସହାୟତା ରାଶି ପ୍ରଦାନ କରାଯାଇଛି |

ସୂଚନା ଅନୁଯାଇ ବୁରକଟା ଗ୍ରାମର ଷଷ୍ଟମୀ କଅଁରଙ୍କ କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲେ | ପୁର୍ବରୁ ଷଷ୍ଟମୀ ବୁଟୁପାଲି ସ୍ଥିତ ଷ୍ଟେଟ ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଅନ୍ତର୍ଭୁକ୍ତ ବାର୍ଷିକ ୩୩୦ ଟଙ୍କା ଲେଖାଏଁ ଜମାକରୀ ଆସୁଥିଲେ | ତାଙ୍କ ମୃତ୍ୟୁ ପରେ ତାଙ୍କ ବୀମା ରାଶି ତାଙ୍କ ସ୍ୱାମୀ ପଣ୍ଡିତ ଙ୍କୁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରଧାନ କରାଯାଇଛି |

ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଲିଡ଼ ବ୍ୟାଙ୍କ ମ୍ୟାନେଜର ରବୀନ୍ଦ୍ର କୁମାର ସେଠି, ବୁଟୁପାଲି ADB ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ହେମନ୍ତ କୁମାର ପ୍ରଧାନ ଏବଂ ଉପ ଜିଲ୍ଲାପାଳ ମହୋଦୟ ଉପସ୍ଥିତ ରହି ଶ୍ରୀ ପଣ୍ଡିତଙ୍କୁ ଚେକ ପ୍ରଦାନ କରିଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles