ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି କର୍ମଶାଳା ଅନୁଷ୍ଠିତ

0
240

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୮/୧୦) : ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଆଜି ହରଭଙ୍ଗା ବ୍ଲକ ସରସରା ଠାରେ ମହିଳା ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୧୫ଗୋଟି ପଂଚାୟତର ମହିଳା ଜନପ୍ରତିନିଧି ଏବଂ ଗଣ ମାଧ୍ୟମର ୧୦ଜଣ ପ୍ରତିନିଧି ଯୋଗ ଦେଇଥିଲେ ।

THP ର Field Associate ସୁପ୍ରିୟା ଦେହୁରୀ କର୍ମଶାଳାରେ ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ । ସ୍ଵାଗତ ପରେ ଅଲିଭା ମହାସଂଘର ଉପସଭାପତି ପୁନର୍ବାର ସମସ୍ତଙ୍କୁ ସ୍ଵାଗତ ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ ଯୋଗଦାନ କରିଥିଲେ । Gender expert ଶ୍ରୀମତୀ ପୁଷ୍ପିତା ମହିଳା ବିଗତ ବର୍ଷ ଗୁଡ଼ିକରେ ହୋଇଥିବା THP ର ବିଭିନ୍ନ କାର୍ଯ୍ୟକ୍ରମକୁ PPT ମାଧ୍ୟମରେ ବୁଝାଇଥିଲେ ।

ଅଲିଭା ମହାସଂଘର ସମ୍ପାଦିକା ରଶ୍ମିତା ବେହେରା ଅଲିଭା ମହାସଂଘର ଆଭିମୁଖ୍ୟ ବିଷୟରେ ଜଣାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅତିଥି ଶ୍ରୀଯୁକ୍ତ ସୀତାକାନ୍ତ ସାହୁ ମହିଳା ଓ ଶିଶୁ ମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ପରେ ଏକ ଖୋଲା ମଂଚରେ ସିଧାସଳଖ ମହିଳା ପ୍ରତିନିଧି ଏବଂ ଗଣ ପ୍ରତିନିଧି ମାନଂକର ଆଲୋଚନା ହୋଇଥିଲା । ପଞ୍ଚାୟତ ମହିଳା ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳରେ କରିଥିବା କାର୍ଯ୍ୟ ବିଷୟରେ ଜଣାଇଥିଲେ । ଅଲିଭା ମହାସଂଘ ଗଠନ ପୂର୍ବରୁ ଆଜି ପର୍ଯ୍ୟନ୍ତ ଯାହା ଯାହା କାର୍ଯ୍ୟ କରିଛନ୍ତି THP ତରଫରୁ ଯାହା ଶିଖିଛନ୍ତି ସେ ବିଷୟରେ କହିଥିଲେ । ଶେଷରେ THP ର Field Trainer ପ୍ରତାପ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।