ଜୋନ ସ୍ତରୀୟ ଜିଲ୍ଲା କଂଗ୍ରେସର “ଆମେ ଜିତିବା” ସଂକଳ୍ପ ସମାରୋହ

0
328

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୮/୧୦) : ଆଜି ଦିନ ୧୧ ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଇକପଡା ହାଟପଦା ଠାରେ ୭ ନମ୍ବର ଜୋନ ସ୍ତରୀୟ ଜିଲ୍ଲା କଂଗ୍ରେସର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଆଜିର ବୈଠକକୁ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିବା ବେଳେ ପ୍ରଦେଶ କଂଗ୍ରେସର ପ୍ରଭାରୀ ଶ୍ରୀ ମନରଞ୍ଜନ ଦାସ ଏବଂ ପିସିସି ସଭ୍ୟ ଖଗେଶ୍ୱର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିବା ଜଣାଯାଏ |

ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ କିପରି ଭାବେ ମୁକାବିଲା କରାଯିବ ସେହି ସମ୍ପର୍କିତ ବିଷୟକୁ ଆଧାର କରି ବନ୍ଧା ପଥର, ସରସରା, ବାମଣ୍ଡା, ରାଧା ନଗର,ମଥୁରା,ବୀର ନରସିଂହପୁର, ସାମ୍ପୋଚ ଆଦି ଗ୍ରାମପଞ୍ଚାୟତ ଆଦି ରୁ ବହୁ କଂଗ୍ରେସ କର୍ମୀ ଯୋଗଦାନ କରି ଥିବା ଜଣାଯାଏ | ଜୋନ ସ୍ତରୀୟ ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ ବେଳେ କଂଗ୍ରେସ ଶାସନ କାଳରେ ଭାରତର ସବୁ ବର୍ଗର ଜନଗଣ ଙ୍କ କଥାକୁ ବିଚାର କରାଯାଇ ଯୋଜନା ସମୂହ ପ୍ରସ୍ତୁତ ହେଉଥିଲା, ଯଦ୍ୱାରା ଖଟିଖିଆ, ଦିନମଜୁରିଆ, ଚାଷୀ, ଯୁବକ, ଶିକ୍ଷିତ, ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ସୁବିଧା ସୁଯୋଗ ର ଯୋଜନା ସମୂହ ପ୍ରସ୍ତୁତ କରି କାର୍ଯ୍ୟକାରୀ କରାଇବାରେ କର୍ମୀ ଠାରୁ ନେତା ପର୍ଯ୍ୟନ୍ତ ପ୍ରମୁଖ ଭୂମିକା ନିର୍ବାହ କରି ପାରୁ ଥିଲେ କିନ୍ତୁ ଆଜି ଭେଳିକି ଶାସନରେ ଲୋକଙ୍କୁ ପ୍ରଭାବିତ କରି ଭୋଟ ହାତେଇବା ସହ ସମସ୍ତ ଯୋଜନା କୁ ବାଟ ମାରଣା କରିବାରେ ଲାଗିଛନ୍ତି ଏବଂ ପ୍ରକୃତ ହିତାଧିକାରୀ ତାର ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେଉଛି ଯାହା ଫଳରେ ଆଜିବି ବହୁ ବ୍ୟକ୍ତି ସାମାନ୍ୟତମ ବାର୍ଦ୍ଧକ୍ୟ ଭତ୍ତା ଖଣ୍ଡେ ପାଇବାରୁ ବଞ୍ଚିତ ହୋଇ ଯାଇଛି |0941309e 8bba 4e1a 944d 3a8a6ea3a904 ଜୋନ ସ୍ତରୀୟ ଜିଲ୍ଲା କଂଗ୍ରେସର "ଆମେ ଜିତିବା" ସଂକଳ୍ପ ସମାରୋହ

ଯେଉଁ ଗରୀବ ଖଟିଖିଆ ଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ ହୋଇଛି ସେସବୁକୁ ଦଳୀୟ ଶାସକ ଦଳର ସରପଞ୍ଚ ମାନେ ହଜାର ହଜାର ଟଙ୍କାରେ ବିକ୍ରି କରି ଚାଲିଛନ୍ତି ଏଥି ସହ ମନରେଗା ଆଇନ କୁ ଖୋଲାଖୋଲି ଉଲଂଘନ କରି ଦିନ ଦ୍ୱିପ୍ରହରରେ ହରିଲୁଟ ଚାଲିଛି ତେଣୁ ଆମ୍ଭ ମାନଙ୍କୁ ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଆମ୍ଭ ମାନଙ୍କ ଦଳୀୟ ପାର୍ଥୀ ମାନଙ୍କ ସପକ୍ଷରେ ବହୁ ପରିମାଣରେ ମତ୍ତ ଦାନ କରିବା ପାଇଁ ଆମ୍ଭେମାନେ ଶପଥ ନେବା ସହ ମନେ ରଖିବା ଦରକାର ଯେପରି ସାମାନ୍ୟ କେଇ ଟଙ୍କା କିମ୍ବା ମଦ ମାଂସ ରେ ବଶୀଭୂତ ନ ହୋଇ ଆମ ଲକ୍ଷ ପଥରେ ଅଗ୍ରସର ହେଲେ ଆମେ ସମସ୍ତେ ସେହି ଅତୀତ କୁ ପୁଣି ବର୍ତମାନ ରେ ପରିଣତ କରି ପାରିବା ବୋଲି କହିଥିଲେ |

ପ୍ରାଣ ବନ୍ଧୁ ପ୍ରଧାନ, ଦିନମଣୀ ଡାଙ୍ଗ, ପିସିସି ପର୍ଯ୍ୟବେକ୍ଷକ ମନରଞ୍ଜନ ଦାସ, ପିସିସି ସଭ୍ୟ ଖଗେଶ୍ୱର ମଲ୍ଲିକ, ପଙ୍କଜ କର୍ଣ୍ଣ, ନାରାୟଣ ବେହେରା, ପ୍ରଶାନ୍ତ ସାହୁ, ଅଭିମନ୍ୟୁ ପ୍ରଧାନ, ସମରେନ୍ଦ୍ର ମହାକୁଳ, ରୋହିତାଶ୍ଵ ବେହେରା, ଶୈଳେନ୍ଦ୍ର ପ୍ରଧାନ ପ୍ରମୁଖ ପଞ୍ଚାୟତ ନିର୍ବାଚନ ରେ କଣ କଲେ “ଆମେ ଜିତିବା ” ସଂକଳ୍ପ ସଭାରେ ନିଜ ନିଜର ମନ୍ତବ୍ୟ ଉପସ୍ଥିତ କର୍ମୀ ମାନଙ୍କୁ ପ୍ରଦାନ କରି ଥିଲେ | କନିଷ୍କ ରାଜହଂସ ଙ୍କ ବ୍ୟତୀତ ଜିଲ୍ଲା କଂଗ୍ରେସ ରୁ ଅର୍ଜୁନ ମହାନନ୍ଦିଆ,ପ୍ରଦୀପ ଦାସ,ସରୋଜ ପ୍ରଧାନ, ଉଦୟ ଶର୍ମା, ଗଣେଶ ପ୍ରସାଦ ଅଗ୍ରୱାଲ ଓ ଜିଲ୍ଲା କଂଗ୍ରେସ ଉପ ସଭାପତି ସମରେଶ ମିଶ୍ର ଙ୍କ ସମେତ ବହୁ କଂଗ୍ରେସ ଶୁଭେଛୁ ନେତୃବୃନ୍ଦ ଆଜିର ସମାବେଶରେ ଉପସ୍ଥିତ ହୋଇଥିଲେ |