Sunday, November 28, 2021
HomeBreaking Newsରାମଗଡ ପଞ୍ଚାୟତ "ଓଡିଶା ଡ୍ରାଇଭର ମହାସଂଘ " ର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାମଗଡ ପଞ୍ଚାୟତ “ଓଡିଶା ଡ୍ରାଇଭର ମହାସଂଘ ” ର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୮/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତର ସମସ୍ତ ଡ୍ରାଇଭର ମାନଙ୍କୁ ନେଇ ଆଜି ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା | ସୂଚନାନୁଯାଇ ରାମଗଡ ପଞ୍ଚାୟତ “ଓଡିଶା ଡ୍ରାଇଭର ମହାସଂଘ “ ର ଏହା ହେଉଛି ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ |

ଏହି ବୈଠକରେ ରାମଗଡ ପଞ୍ଚାୟତ “ଓଡିଶା ଡ୍ରାଇଭର ମହାସଂଘ ” ର ସଭାପତି -ଆରଣ୍ୟ ସେଠି, ସମ୍ପାଦକ -ସୁବାଷ ଥାଟି, ଆଡମିନ -ସଞ୍ଜୟ ପୋଢ଼, ପ୍ରବୀଣ ଡ଼lଙ୍ଗ, ସ୍ଵପ୍ନେଶ୍ଵର ମହାଲ୍ଲିକ, ଦୁଃଶାସନ ଦ୍ୱାରୀଙ୍କ ସହିତ ସଂଘ ରେ ଥିବା ୬୦ ଜଣ ଡ୍ରାଇଭର ଉପସ୍ଥିତି ରହି ରାମଗଡ ଜଗନ୍ନାଥ ବନପ୍ରକଳ୍ପ ମହାନଦୀ କୂଳରେ ଏହି ବୈଠକ ଟି ଅନୁଷ୍ଠିତ କରାଯାଇଥିଲା |

ଏହି ବୈଠକ ର ମୁଖ୍ୟ ଉଦେଶ୍ୟ ଥିଲା ବିଗତ କରୋନା ରେ ଓଡିଶା ଡ୍ରାଇଭର ଭାଇ ମାନେ ଜୀବନ କୁ ବାଜି ଲଗାଇ ପରିବାର ଛାଡି ଗାଡି ଚଳାଇ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିଥିଲେ |

ଗାଡି ମଟର ବନ୍ଦ ହେବା ଫଳରେ ଘରେ ହାତ ବାନ୍ଧି ପଡିରହିଲେ | ସରକାର ବିଭିନ୍ନ ବିଭାଗ କୁ କରୋନା ଯୋଦ୍ଧା ରେ ସମ୍ମାନିତ କରିଥିବା ବେଳେ ସମାଜ ରେ ଗମନା ଗମନ ରେ ଆଗଧାଡିର ମଙ୍ଗ ଧରିଥିବା ଡ୍ରାଇଭର ମାନଙ୍କୁ ସରକାର ଅଣଦେଖା କରିଛି | ବିଗତ କିଛି ଦୀନ ପୂର୍ବରୁ ଏହି ସମସ୍ୟା କୁ ନେଇ ଓଡିଶା ର ସମସ୍ତ ଡ୍ରାଇଭର ମାନେ ଏକତ୍ରିତ ହୋଇ ପ୍ରତି ଜିଲ୍ଲା ର ଜିଲ୍ଲା ପାଳକୁ କରୋନା ଯୋଦ୍ଧା ରେ ସମ୍ମାନିତ କରିବା, ଜୀବନବିମା ଲାଗୁକରିବା ଓ ଅନ୍ୟ ସମସ୍ୟା କୁ ନେଇ ଦାବିପତ୍ର ମଧ୍ୟ ଦେଇଥିଲେ |

କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଉତ୍ତର ଫେରାଇ ନଥିବାରୁ ପୁଣି ପ୍ରତି ଜିଲ୍ଲା, ପ୍ରତି ପଂଚାୟତ ରେ ଆଗାମୀ ଦୀନ ପାଇଁ କଣ ପଦ କ୍ଷେପ ନିଆଯିବ ବୈଠକ ଆରମ୍ଭ ହୋଇଯାଇଛି | ସେହି ଅବସରରେ ଆଜି ରାମଗଡ ଡ୍ରାଇଭର ସଂଘ ବୈଠକ ରେ ଆଲୋଚନା ଚକ୍ର ରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଯେ ଜଦି ପ୍ରଶାସନ କୁ ଦେଇଥିବା ଦାବିପତ୍ର ଯଥା ଶୀଘ୍ର କାର୍ଯ୍ୟକାରୀ କରନ ଯାଏ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଓଡିଶା ଡ୍ରାଇଭର ମହାସଂଘ ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବେ |

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments