Thursday, March 28, 2024

Top 5 This Week

Related Posts

ରାଜ୍ୟରେ ଡବଲ୍ ଡୋଜ୍ ଟିକା ନେଲେ କୋଟିଏରୁ ଅଧିକ ଲୋକ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୯/୧୦) : କରୋନା ଟିକାକରଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ରାଜ୍ୟର ରାଜ୍ୟରେ ଡବଲ୍ ଡୋଜ୍ କୋଭିଡ୍ ଟିକା କୋଟିଏରୁ ଅଧିକ ଲୋକ ନେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟୀକା ନେଇଛନ୍ତି । ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ । ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି । ରାଜ୍ୟରେ ଡବଲ୍ ଡୋଜ୍ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ । ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ ନେଇଛନ୍ତି । ବର୍ତ୍ତମାନ ୨୫ ଲକ୍ଷ ୬୨ହଜାର ୯୧୦ ଡୋଜ ଟୀକା ଉପଲବ୍ଧ ଅଛି । ଦ୍ଵିତୀୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି, ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବା ଲକ୍ଷ ରହିଛି । ବ୍ରହ୍ମପୁର ଓ ଭୁବନେଶ୍ୱର ମ୍ୟୁନିସିପାଲଟି ସହ ରିଆମାଲ,ଟିକାବାଲି,ରାଇକିଆ,ଜି ଉଦୟଗିରି,ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଶତ ପ୍ରତିଶତ ହୋଇଛି ଟୀକାକରଣ । ୩୫୪୦ ଗାଁ ରେ ବି ଶତ ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଛି । ଯେଉଁମାନେ ଦ୍ଵିତୀୟ ଟୀକା ନେଇ ନାହାନ୍ତି ବାରମ୍ବାର ମେସେଜ ଯାଉଛି,ଫୋନ କରାଯାଇଛି, ଆଶା ଓ ଅଙ୍ଗନବାଡି କର୍ମଚାରୀ ଫେସିଲିଟେଟ କରାଯାଉଛି । ଯେଉଁ ମାନେ ଟୀକାକରଣ କେନ୍ଦ୍ରକୁ ଆସିବାକି ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟୀକା ଫେସିଲିଟେତ କରାଯାଉଛି ।

ଆର.ଏମ.ଆର.ସି. ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବଡି ଅଛି । ବର୍ତ୍ତମାନ ସୁଦ୍ଧା ୦.୧୮ ପ୍ରତିଶତ ସଂକ୍ରମଣ ହୋଇଛି । ଦ୍ଵିତୀୟ ଡୋଜ ଟୀକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି । ୧୪ ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟୀକା । ରାଜ୍ୟରେ ମହାମାରୀ ପାଇଁ ରାଜ୍ୟ ସରକାର ଶଟ୍ଡାଉନ୍ ଓ ଲକ୍ଡାଉନ୍ ଘୋଷଣା କରିଥିଲେ । ଯେଉଁଥି ପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା ।

ତେବେ କୋଭିଡ୍ ଟିକା କରଣ ପରେ ଧୀରେ ଧୀରେ ଟ୍ରାକ କୁ ଫେରୁଛି ଜୀବନ ଯାତ୍ରା । ଆୟତ୍ତକୁ ଆସୁଛି କରୋନା । ଆଉ ସ୍ୱାଭାବିକ ହେଉଛି ଜୀବନ ଯାତ୍ରା । କୋଭିଡ୍ ଗାଇଡ୍ଲାଇନ୍ ରେ ଦୋକାନ ବଜାର ଖୋଲୁଛି । ଆଉ ଲୋକମାନେ କୋଭିଡ୍ ଗାଇଡ୍ଲାଇନ୍ ମାନି କିଣାକିଣି କରୁଛନ୍ତି । ଯେଉଁଥି ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।

Popular Articles