Friday, March 29, 2024

Top 5 This Week

Related Posts

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଜବତ ହେଲା ୧.୪୪ କେଜି ସୁନା

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୯/୧୦) : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧ କେଜି ୪୪୦ ଗ୍ରାମ ସୁନା ଜବତ କରାଯାଇଛି । ୨୩ ଘଣ୍ଟା ଧରି ମାରାଥନ୍ ରେଡ୍ କରିବା ପରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କାର ହାର ମଧ୍ୟ ଜବତ କରାଯାଇଛି । ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ପଦକ୍ଷେପ ନିଆଯାଉଛି । ସେହିଭଳି ତାଙ୍କର ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ୍ କରିବାକୁ ପଦକ୍ଷେପ ନିଆଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଚଢ଼ାଉ ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଏହି କାଗଜପତ୍ର ଗୁଡ଼ିକୁ ଯାଞ୍ଚ କରାଯାଉଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଭିଜିଲାନ୍ସ ଫାଇନାନ୍ସିଆଲ ୱିଙ୍ଗର ଅଧିକାରୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ କନ୍ସଲଟାଣ୍ଟ ଏହି ସବୁ କାଗଜପତ୍ରର ଯାଞ୍ଚ କରୁଛନ୍ତି । ସେହିପରି ମିଳିଥିବା ଇଲେକ୍ଟ୍ରୋନିକ୍ସ ପ୍ରମାଣ ଓ ଦସ୍ତାବିଜ୍ର ଯାଞ୍ଚ ଭିଜିଲାନ୍ସର ସାଇବର ସେଲ୍ କରୁଛି । ରବିବାର ଭିଜିଲାନ୍ସ ପକ୍ଷରୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସକାଳ ସାଢେ଼ ୭ଟାରେ ଚଢ଼ାଉ କରାଯାଇଥିଲା । ଆଜି ସକାଳ ୬ଟାରେ ଭିଜିଲାନ୍ସ ଅଧିକାରୀମାନେ ସେଠାରୁ ବାହାରିଥିଲେ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ସ୍ଥିତ ଘର ସହିତ ମୋଟ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏଥି ମଧ୍ୟରେ ଥିଲା ତାଙ୍କର ସମ୍ପର୍କୀୟ ଓ ସହଯୋଗୀଙ୍କ ଘର । ତାଙ୍କର ଖୁବ୍ ଘନିଷ୍ଠ କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଏହି ଚଢ଼ାଉରେ ଜଣେ ଏସ୍ପି, ୨ ଜଣ ଅତିରିକ୍ତ ଏସ୍ପି ଓ ୧୭ ଜଣ ଡିଏସ୍ପିଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ । ତାଙ୍କର ମୋଟ ସମ୍ପତ୍ତି ୫ କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Popular Articles