କୈବର୍ତ୍ତ ସମାଜ ପାଳିଲେ ମାଁ ମାଣିକେଶ୍ଵରୀ ଯାତ୍ରା

0
255

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ,(୧୮/୧୦) : ବୈଜ୍ଞାନିକ ଯୁଗରେ ମଧ୍ୟ ପଶୁବଳୀ କୁ ବିଶ୍ୱାସ କରୁଛି ମାନବ ସମାଜ | ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଓ ଗବଜୋର ର ମଧ୍ୟ ଭାଗରେ ଅବସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିର | କୈବର୍ତ୍ତ ସମାଜ ପାଳିଲେ ମାଁ ମାଣିକେଶ୍ଵରୀ ଯାତ୍ରା |

ଏହି ମନ୍ଦିରରେ ପ୍ରତିବର୍ଷ ଆଶ୍ଵିନ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ କେବଳ କୈବର୍ତ୍ତ ସମାଜ କୁ ନେଇ ମାଁ ମାଣିକେଶ୍ଵରୀଙ୍କ ଯାତ୍ରା ଅନୁଷ୍ଠିତ ହୁଏ | ଏହିଦିନ ଅଞ୍ଚଳ ର ସମସ୍ତ କୈବର୍ତ୍ତ ମାନେ ଏକାଠି ହୋଇ ମାଁ ଙ୍କ ପାଖରେ ନିଜନିଜ ର ମାନସିକ ରଖି ପଶୁବଳି ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା | କୈବର୍ତ୍ତ ସମାଜର ସଭାପତି ରାଜକିଶୋର ନାଏକ, ସମ୍ପାଦକ ତ୍ରିନାଥ ସେଠୀ ଓ ବିଭିନ୍ନ ଅଞ୍ଚଳ ରୁ ଆସିଥିବା କୈବର୍ତ୍ତ ଭାଇ ମାନଙ୍କୁ ନେଇ ସମାଜ ର ମଙ୍ଗଳ ସକାଶେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା |

ରାତିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଲିଥିଲା | ଗଣେଶ ଝାଙ୍କର, ଧନେଶ୍ୱର ଝାଙ୍କର, ମଗଶିର ପାଣ୍ଡେ, କୁମ୍ଭାର ନାଏକ, ଦିଲ୍ଲୀପ ନାଏକ, ଭଜମନ ପାଣ୍ଡେ, ମଗଶିର ନାଏକ, ଜୀବର୍ଧନ ଝଝାଙ୍କର ଙ୍କର ପ୍ରମୁଖ ଯାତ୍ରାରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ |