ଦିନ ଦ୍ୱିପହରରେ ଦୁର୍ବୁତ୍ତ ମାନଙ୍କ କଳାବଜାରୀ : ଟଙ୍କା ଓ ମୋବାଇଲ ଲୁଟ

0
266

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୮/୧୦) : ବୌଦ୍ଧ ଜିଲ୍ଲା କାନତମାଳ ବ୍ଲକ ମନମୁଣ୍ଡା ଠାରେ ରହି ବ୍ୟବସାୟ କରୁଥିବା କବାଡି ଵାଲା ଠାରୁ ଦିନ ଦ୍ୱିପହରରେ ଲୁଟ ହୋଇଥିବା ସୂଚନା ମିଳିଛି |

ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଇଗଣିଆ ଗ୍ରାମର ସନ୍ତୋଷ ବେହେରା (୩୭) ଦେଉଳି (ମନମୁଣ୍ଡା) ରେ ରହି ଭଙ୍ଗା ଲୁହା, ପ୍ଲାଷ୍ଟିକ ଇତ୍ୟାଦି କ୍ରୟ କରି କବାଡି ବ୍ୟବସାୟ କରିଥାନ୍ତି । ଶନିବାର ଦିନ ଦ୍ୱିପହରରେ ଅର୍ଥାତ ଅପରାହ୍ନ ପ୍ରାୟ ୩ ଟା ସମୟରେ ସେ ବ୍ୟବସାୟ କରି ମନମୁଣ୍ଡା ଥାନା ଦପଲା ରୁ ଦେଉଳିକୁ ନିଜ ଲୁନା ଗାଡି ନମ୍ବର ଓ ଡି 02 Bs 9858 ଯୋଗେ ଫେରୁଥିଲେ । ଯୋଗୀନ୍ଦ୍ରପୁର ଚାରିଛକରୁ ଦମାମୁଣ୍ଡା ନିଛାଟିଆ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ ରେ ଆସି ସନ୍ତୋଷ କୁ ମାରଣାସ୍ତ୍ର ଦେଖାଇ ମାଡ଼ ମାରି ଓ ଜୀବନରୁ ମାରିଦେବାର ଧମକ ଦେଇ ତାଙ୍କ ଠାରୁ ଲୁନା ର ଚାବି, ନଗଦ ୩ ହଜାର ଟଙ୍କା,ଏକ ସାମସଙ୍ଗ ମୋବାଇଲ ଫୋନ ଲୁଟି ନେଇ ପଳାଇ ଯାଇଥିଲେ l

ଲୁନା ଚାବି ନେଇଯିବାରୁ ସନ୍ତୋଷ ସେଠାରୁ ପ୍ରାୟ ୭ କି.ମି. ଦୂର ଦେଉଳିକୁ ଗାଡି ଚଳେଇ କରି ଆସିଥିଲା । ସେ ରବିବାର ମନମୁଣ୍ଡା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ୍ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି ।

ଦିନ କୁ ଦିନ ମନମୁଣ୍ଡା ଥାନା ଅଞ୍ଚଳରେ ଲୁଣ୍ଠନ ,ଡକାୟତି ଇତ୍ୟାଦି ବୃଦ୍ଧି ପାଉଥିବାରୁ ତୁରନ୍ତ ଏହି ଥାନାକୁ ଏକ ପି.ସି.ଆର. ଗାଡି ପ୍ରଦାନ ସହ ପେଟ୍ରୋଲିଂ କୁ ଆହୁରି କଡାକଡ଼ି କରାଯିବାକୁ ଦାବି ହୋଇଛି । ଏନେଇ ଆମେ ମନମୁଣ୍ଡା ଆଇ.ଆଇ.ସି. ଗୋପୀନାଥ ପ୍ରଧାନ ଙ୍କୁ ପଚାରିବାରୁ ସେ ଅତି ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି l