Friday, March 29, 2024

Top 5 This Week

Related Posts

ଦାଦନ ଶ୍ରମିକ ଚାଲାଣ ଆରମ୍ଭ : ୪୨ ଜଣ ଶ୍ରମିକ ଉଦ୍ଧାର ପରେ ଏବେ ଆଉ ୨୫ ଜଣ ଉଦ୍ଧାର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୯/୧୦) : ବିଭିନ୍ନ ରାଜ୍ୟରୁ ଦାଦନ ସର୍ଦ୍ଦାର ମାନେ ପ୍ରତିବର୍ଷ ପରି ଚଳିତ ବର୍ଷ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା କୁ ଆସି ଦାଦନ ଶ୍ରମିକ ଚାଲାଣ କରୁଥିବା ଆରମ୍ଭ ହୋଇଯାଇଛି ।

ସୂଚନା ଅନୁଯାୟୀ, ବିଗତ ଦିନରେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ୪୨ ଜଣ ଦାଦନ ଶ୍ରମିକ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରି ଜଣେ ସର୍ଦ୍ଦାର କୁ ଗିରଫ କରାଯାଇଛି | ଏହି ଜିଲ୍ଲା ର ଅଧିକାଂଶ ଲୋକ ପ୍ରତି ବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଥାନ୍ତି । ଛଅ ମାସ ରୁ ଆଠ ମାସ ବାହାର ରାଜ୍ୟରେ ରୁହନ୍ତି । ବର୍ତ୍ତମାନ ସେହି ଦାଦନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଏବେ ଦଲାଲ୍ ମାନେ ଗାଁ ଗାଁ ଯାଇ ଆଗୁଆ ଟଙ୍କା ଦେଇ ଚାଲିଥିବା ଆରମ୍ଭ ହୋଇଯାଇଛି ।

ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ଯୋଗୁଁ ରାଜ୍ୟ ସରକାର ଦାଦନ ଶ୍ରମିକ ଯିବା ପାଇଁ ପ୍ରତିବନ୍ଧକ ଲଗାଉଛନ୍ତି । ସେହିପରି ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଗମ୍ଭାରୀ ଛକ ନିକଟରେ ୨୫ ଜଣ ଦାଦନ ଶ୍ରମିକ ଉଦ୍ଧାର ଓ ଦୁଇ ଜଣ ଗିରଫ ସହିତ ଦୁଇ ଗାଡ଼ି ଜବତ କରିଥିବା ଜଣାପଡିଛି ।

ଖପ୍ରାଖୋଲ ଥାନା କନ୍ଧେନଝୁଲା ଗାଁ ର ଦାଦନ ଦଲାଲ୍ ଗୋପ ରାଏ ର ୧୬ ଗୋଟି ଶ୍ରମିକ ଓ ବେଲପଡା ଥାନା ସିହିନୀ ଗାଁ ର ନରେନ୍ଦ୍ର କୁମ୍ଭାର ର ୧୧ ଗୋଟି ଦାଦନ ଶ୍ରମିକ ଆଣୁଥିବା ସମୟ ରେ ଖପ୍ରାଖୋଲ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗମ୍ଭାରୀ ଛକ ଠାରେ ଚଢ଼ାଉ କରିଥିଲେ । ଓଆର-୦୨ବିବି୦୫୬୫ ଏକ ବୋଲେରୋ ଗାଡ଼ି ଓ ଓଡ଼ି-୧୧୭ଡି୯୫୯୪ ଏକ କମାଣ୍ଡର ଗାଡ଼ି ଜବତ କରିବା ସହ ଫାରସ ମାଝୀ ଓ ଚାବ୍ରିପାଲି ଗାଁ ର ରାଜିନ୍ଦ୍ର କଠାର ନାମକ ଦୁଇ ଜଣ ବ୍ୟକ୍ତି କୁ ଗିରଫ କରାଯାଇଛି ।

୨୫ ଜଣ ଦାଦନ ଶ୍ରମିକ ମଧ୍ୟରେ ୧୧ ଜଣ ମହିଳା ଓ ୧୬ ଜଣ ପୁରୁଷ ଥିବା ସୂଚନା ମିଳିଛି । କେସ ନମ୍ବର ୧୬୧ ମାମଲା ରୁଜୁ କରି ଆସାମୀ ମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଦୁଇ ଜଣ ଗୋପ ରାଏ ଓ ନରେନ୍ଦ୍ର କୁମ୍ଭାର ଫେରାର ଥିବା ଜଣାପଡିଛି ।

Popular Articles