ବାଇକ ସିଟ ତଳୁ ବିରାଟ ବିଷଧର ନାଗସାପ ଉଦ୍ଧାର

0
393

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୧୯/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ରୁ ଏକ ବାଇକ ସିଟ ତଳୁ ବିରାଟ କାୟ ନାଗସାପ ଆଜି ସକାଳ ୧୧.୩୦ ରେ ଉଦ୍ଧାର କରାଯାଇଛି |

ସୂଚନା ଅନୁଯାଇ ଧଳପୁର ଗ୍ରାମର ଚିନ୍ମୟ ପ୍ରଧାନ ଙ୍କ OD-27B-7231ନମ୍ବର ଥିବା hero deluxe ବାଇକ ସିଟ ତଳୁ ଏହି ସାପଟିକୁ ଉଦ୍ଧାର କରାଯାଇଛି | ଶ୍ରୀ ପ୍ରଧାନ ଆଜି ଗାଡି ଚଳାଉ ଥିବା ସମୟରେ ଗାଡି ତଳୁ ଶବ୍ଦ ଆସିବାରୁ ସନ୍ଦେହ କରି ପାରମ୍ପlରିକ ସାପ ଧରାଳି ଗ୍ରାମର ବିକାଶ ଦେହୁରୀ IRB ଯବାନ କୁ ଖବର ଦେଇଥିଲେ | ଶ୍ରୀ ଦେହୁରୀ ସିଟ ଖୋଲି ସିଟ ତଳୁ ୪ ଫୁଟ ଲମ୍ବ ର ବିରାଟ କାୟ ନାଗସାପ ଉଦ୍ଧାର କରି ପ୍ରଥମେ ଏକ ପ୍ଲାଷ୍ଟିକ ଜାରରେ ଭର୍ତି ନ ହେବାରୁ ଉଦ୍ଧାର କରାଯାଇ ଥିବା ଗାଡିର ଡ଼ିକି ରେ ସାପ କୁ ପୁରାଇ ଧଳପୁର ଗ୍ରାମ୍ୟ ଜଙ୍ଗଲ ରେ ଛାଡ଼ିଦେଇଥିଲେ | ଯବାନ ଜଣକ ସ୍ଥାନୀୟ ଅଞ୍ଚଳ ରୁ ବହୁ ଗୁଡିଏ ବିଷଧର ନାଗ ସାପ ଉଦ୍ଧାର କରି ଏହି ଗ୍ରାମ୍ୟ ଜଙ୍ଗଲ ରେ ଛାଡ଼ି ଥିବାର ଗ୍ରାମବାସୀ ସୂଚନା ଦେଇଛନ୍ତି |