Friday, March 29, 2024

Top 5 This Week

Related Posts

ଓଡ଼ିଆ ଭାଷାକୁ ବିକୃତ ଭାବେ ପ୍ରଦର୍ଶନ କୁ ବୁଦ୍ଧିଜୀବୀଙ୍କ ନିନ୍ଦା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୯/୧୦) : ଖୋଦ୍ ଓଡ଼ିଶା ପ୍ରଶାସନ ତରଫରୁ ନିଜ ରାଜ ଭାଷା ଓଡ଼ିଆ ଭାଷାକୁ ବିକୃତ କରି ସର୍ବ ସାଧାରଣ ରେ ଏକ ବୋର୍ଡ କୁ ବିକୃତ ଭାବେ ସ୍ଥାନୀୟ ପୌର କାର୍ଯ୍ୟାଳୟ ତରଫରୁ ଲଗା ଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ର ହୋଇଛି ।

ଏଭଳି ଏକ ବିକୃତ ବୋର୍ଡ ଲଗାଇ ପୌର କତୃପକ୍ଷ ସମାଲୋଚନା ର ପାତ୍ର ପାଲଟି ଯାଇଛନ୍ତି । ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାର ସେ ଛୁଟି ରେ ଥିବା ବେଳେ କେହି ଏହି ବୋର୍ଡ କୁ ଲଗାଇଛନ୍ତି । ସେ ଏହି ବୋର୍ଡ କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି । ପ୍ରଶାସନ ଭାଷା,ସଂସ୍କୃତି,ଜାତିର ସମ୍ମାନ କୁ ଜଗିବା ବଦଳରେ ଏଭଳି ଓଡ଼ିଆ ଭାଷାକୁ ବିକୃତି କରିବାକୁ କିଏ ଅନୁମତି ଦେଲା ବୋଲି ବୁଦ୍ଧିଜୀବୀ ମହଲ ରେ ଗଭୀର ଚର୍ଚ୍ଚା ଚାଲିଛି ।

ପୌର ଅଞ୍ଚଳ ରେ ଅନେକ ଦୋକାନ ବଜାର,ପ୍ରତିଷ୍ଠାନ ରେ ମଧ୍ୟ ଓଡ଼ିଆ ଭାଷାକୁ ବ୍ୟବହାର କରାଯାଉ ନାହିଁ । ଓଡ଼ିଆ ଭାଷାକୁ ତୃତୀୟ ଭାଷା ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି ।

Popular Articles