ଶିକ୍ଷୟତ୍ରୀ ମମିତା ଙ୍କ ହତ୍ୟା ଘଟଣା !!! : ମାଟିତଳୁ ମିଳିଲା ସୁନା ଚେନ୍ ଓ ପାଉଁଜି

0
368

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,(୧୯/୧୦) : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ଙ୍କ ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମିଳିତ ଭାବରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ ।WhatsApp Image 2021 10 19 at 12.53.14 PM 1 ଶିକ୍ଷୟତ୍ରୀ ମମିତା ଙ୍କ ହତ୍ୟା ଘଟଣା !!! : ମାଟିତଳୁ ମିଳିଲା ସୁନା ଚେନ୍ ଓ ପାଉଁଜି

ତେବେ ଏହା ଭିତରେ ମାଟି ତଳୁ ଏକ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଶବଟି ଶିକ୍ଷୟତ୍ରୀ ମମିତା ଙ୍କ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଚିହ୍ନଟ କରିବା ପାଇଁ ମମିତ୍ରାଙ୍କ ପରିବାର ଲୋକଙ୍କୁ ଡକାଯାଇଛି । ସେମାନେ ଚିହ୍ନଟ କରିବା ସହିତ ଡିଏନଏ ଟେଷ୍ଟ କରାଯିବ । ତା ପରେ ଯାଇ ଜଣାପଡ଼ିବ ଗଳିତ ଶବଟି ନିଖୋଜ ଶିକ୍ଷୟତ୍ରୀଙ୍କ ମୃତ ଦେହ କି ନୁହେଁ । ମୃତଦେହ ଟିକୁ ପୋଡିବା ପରେ ମାଟି ତଳେ ପୋତା ଯାଇଥିବା ନେଇ ବଲାଙ୍ଗୀର ପୋଲିସ୍ ସୂଚନା ଦେଇଛି ।

ତେବେ ଅନ୍ୟପଟେ ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏ ନେଇ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସ୍ ଉପରେ ଚାପ ପଡ଼ୁଥିବାରୁ ତଦନ୍ତ ବାଟବଣା ହେଉଛି ।

ମନ୍ତ୍ରୀଙ୍କ ଚାପରେ ପୋଲିସ୍ ଗୋବିନ୍ଦଙ୍କୁ ଛାଡ଼ି ଦେଇଥିବା ସନ୍ଦେହ କରିଛନ୍ତି । ତେଣୁ ଚାପ ନ ପଡ଼ିଲେ ୧୦ ଘଣ୍ଟା ମଧ୍ୟରେ ସତ ସାମ୍ନାକୁ ଆସିବ ବୋଲି ପରିବାର ଲୋକେ କହିଛନ୍ତି ।