Friday, March 29, 2024

Top 5 This Week

Related Posts

ଫରେଷ୍ଟ ଛକ ମାର୍କେଟ କମ୍ପ୍ଲେକ୍ସ ପୁନଃ ହାଇକୋର୍ଟ ରେ ଆବେଦନ : ଶୁଣାଣି ଶେଷ ରାୟ ପ୍ରକାଶ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୦/୧୦) : କାଶୀନଗର ପୌର ପରିଷଦ ତରଫରୁ ସ୍ଥାନୀୟ ଫରେଷ୍ଟ ଛକ ଠାରେ ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ ବହୁ ଘାତ ପ୍ରତିଘାତ ଦେଇ ଗତି କରୁଛି,ଏଣୁ ବିସ୍ଥାପିତ ଦୋକାନୀ ମାନେ ଯେଉଁ ଆଶା ନେଇ ଦୋକାନ ଛାଡି ଥିଲେ ସେମାନେ ନିନ୍ଦା ପ୍ରକାଶ କରୁଛନ୍ତି ।

ସୂଚନା ମୁତାବକ ଏହି ଫରେଷ୍ଟ ଛକ ମାର୍କେଟ ନିର୍ମାଣ ସ୍ଥଳ ରାସ୍ତା କିସମ ବୋଲି ଜଣେ ବ୍ୟକ୍ତି ହାଇକୋର୍ଟ ରେ ଆବେଦନ କରିଥିଲେ । ଯାହାର ଶୁଣାଣି ଶେଷ ହୋଇ କାର୍ଯ୍ୟ ୫୦% ସାରିଥିଲା । ଇତି ମଧ୍ୟରେ ଏମ୍ ପ୍ରବୀଣ କୁମାର ଓ ଅନ୍ୟ କିଛି ବ୍ୟକ୍ତି ପୁନଃ ହାଇକୋର୍ଟ ରେ ଏକ WPC ନ.31182/21ରେ ଏକ ପିଟିସନ କରିଥିଲେ । ଜଷ୍ଟିସ ସି.ଆର୍. ଦାସ ଙ୍କ ବେଞ୍ଚ ଏହାର ଶୁଣାଣି ଶେଷ କରି ମାନନୀୟ ନିର୍ବାହୀ ଅଧିକାରୀ ଙ୍କ ପାଖରେ ଏହାର ଶୁଣାଣି କରି ନିଷ୍ପତି ନେବା ପାଇଁ ନିର୍ବାହୀ ଅଧିକାରୀ ଏହାର ଶୁଣାଣି କରି ଏହାର ଦିଷ୍ପୋଜଲ୍ କରିଥିବା ଆବେଦନ କାରୀ ସୂଚନା ଦେଇଛନ୍ତି । ଏଣୁ ନିର୍ମାଣ ରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

Popular Articles