ବାବୁ କୋଲାବ ଜଳଭଣ୍ଡାର ରୁ ନିଖୋଜ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର

0
217

ରିପୋର୍ଟ : ଶିବ ବିଶୋୟୀ
ଲମତାପୁଟ,(୨୦/୧୦) : ଗତକାଲି ଲମତାପୁଟ ବ୍ଲକ ଉରାବିର ଗ୍ରାମ ର କର୍ଣ୍ଣ ଜାନି ନିଖୋଜ ଥିଲେ । ଏ ନେଇ ଲମତାପୁଟ ଫାଣ୍ଡି ରେ ପରିବାର ବର୍ଗ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ବାବୁ କୋଲାବ ଜଳଭଣ୍ଡାର ରୁ ନିଖୋଜ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର ହୋଇଛି ।

ଲମତାପୁଟ ପୋଲିସ ର ତଦନ୍ତ ପରେ ଜଣା ପଡିଥିଲା କର୍ଣ୍ଣ ମିଶିଙ୍ଗପୁଟ ନିକଟ ବାବୁ କୋଲାବ ଜଳଭଣ୍ଡାର ଆର ପାରି କୁ ଯାଉଥିବା ସମୟରେ କର୍ଣ୍ଣ ବୁଡ଼ି ଯାଇଥିବା ଗ୍ରାମବାସୀ ଦେଖିଥିଲେ । ପୋଲିସ ଖବର ପାଇ ଅଗ୍ନିଶମ ବାହିନୀ ର ସହାୟତା ଲୋଡିଥିଲେ । ଲମତାପୁଟ ଅଗ୍ନିଶମ ବାହିନୀ  ଜଳଭଣ୍ଡାର ରେ ଘଣ୍ଟାଏ ଖୋଜାଖୋଜି କରିବା ପରେ କର୍ଣ୍ଣ ଙ୍କ ମୃତ ଦେହ ଉଦ୍ଧାର କରିଥିଲା ।

ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । କେଉଁ କାରଣ ରୁ କର୍ଣ୍ଣ ଏହି ନଦୀ ଘାଟକୁ ଆସିଥିଲେ ଏବଂ ସେ ନଦୀ ଆର ପାରି କୁ କାହିଁକି ଯାଉଥିଲେ ତାହାର ତଦନ୍ତ ଜାରି ରଖିଛି ପୋଲିସ ।