ନବୀନ ପଟ୍ଟନାୟକ ଇସ୍ତଫା ଦାବିରେ ଏସ ପି ଅଫିସ ସମ୍ମୁଖରେ ତୀବ୍ର ବିରୋଧ

0
389

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୦/୧୦) : ନବୀନ ପଟ୍ଟନାୟକ ଇସ୍ତଫା ଦାବିରେ ଏସ ପି ଅଫିସ ସମ୍ମୁଖରେ ତୀବ୍ର ବିରୋଧ | ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ ଗୋବିନ୍ଦ ସାହୁ ଏନେଇ ବଲାଙ୍ଗିର ପୋଲିସ ପକ୍ଷରୁ ସୂଚନା ମିଳିଛି । ହତ୍ୟାରେ ଏକାଧିକ ଲୋକ ନିୟୋଜିତ ଥିବା ବେଳେ ଦୁଇ ମୁଖ୍ୟ ସନ୍ଦିଗ୍ଧଙ୍କୁ ଖୋଜୁଛି ବଲାଙ୍ଗିର ପୋଲିସ ।

093ec6fa 1a39 48ab b1b6 979118b20b50 ନବୀନ ପଟ୍ଟନାୟକ ଇସ୍ତଫା ଦାବିରେ ଏସ ପି ଅଫିସ ସମ୍ମୁଖରେ ତୀବ୍ର ବିରୋଧ

ତେବେ ଆଖୁ କିଆରିରୁ ଅଭିଯୁକ୍ତକୁ ଗିରଫ କଲା ପରେ ଗତକାଲି ରାତି ୩ଟାରେ ଗୋବିନ୍ଦର ବଲାଙ୍ଗିର ରିର୍ଜଭ ପୋଲିସ କ୍ୟାମ୍ପସରେ ଥିବା ହସ୍ପିଟାଲରେ କରୋନା ଟେଷ୍ଟ କରାଯାଇଥିଲା ବୋଲି ଜଣାପଡିଛି । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି,ଦେଓଗାଁ,ବଙ୍ଗୋମୁଣ୍ଡା,ଟିଟିଲାଗଡ,ବେଲପଡା,ପଟଣାଗଡ଼, ସିନ୍ଧେକେଲା,ତୁରେକେଲା,ରାଜଖରିଆର,ଆଦି ସ୍ଥାନରେ ବିଭିନ୍ନ ସଂଗଠନ ତରଫରୁ ଫେରାର ଅଭିଯୁକ୍ତ ମାମଲା କ୍ରମେ ତୀବ୍ର ସମାଲୋଚନା ସହ ନବୀନ ପଟ୍ଟନାୟକ ଇସ୍ତଫା ଦାବିରେ ଏସ ପି ଅଫିସ ସମ୍ମୁଖରେ ତୀବ୍ର ବିରୋଧ ପ୍ରଦର୍ଶନ ସହ ପଦଯାତ୍ରା ମାନ କରାଯାଉଥିବା ଜଣାଯାଇଛି ।

ତୁରନ୍ତ ଅଭିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ ଜାଣିଶୁଣି ନବୀନ ସରକାର ନିରବ ରହି କେବଳ ଆପଣ ମାନେ ଖୁସି ତ ? ବୋଲି ପ୍ରଶ୍ନ କରୁଥିବା ବେଳେ କାହିଁକି ନିରବ ବୋଲି ଆଜି ବୁଦ୍ଧିଜୀବୀ ତଥା ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଚାଲିଛି । ଏ ନେଇ ଜିଲ୍ଲା ପୋଲିସ ପ୍ରଶାସନ ଆଇନ ଅନୁଯାୟୀ ସମସ୍ତ ପଦକ୍ଷପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।e41d2c7f da97 4a88 b2dd 0ba4a98992f1 ନବୀନ ପଟ୍ଟନାୟକ ଇସ୍ତଫା ଦାବିରେ ଏସ ପି ଅଫିସ ସମ୍ମୁଖରେ ତୀବ୍ର ବିରୋଧ

ବର୍ତ୍ତମାନ ଉକ୍ତ ଅଭିଯୁକ୍ତର ସ୍ଵତନ୍ତ୍ର ଜେରା କରିବା ପରେ ସୂଚନା ଦେବୁ ବୋଲି କହିଛନ୍ତି । ଅଭିଯୁକ୍ତଙ୍କୁ ଯୋଗାଯୋଗ ହୋଇ ପାରିନାହିଁ । ଏ ନେଇ ନବୀନ ପଟ୍ଟନାୟକ ଜବାବ ଦିଅ, ବିଜେଡି ସରକାର ଛି ଛି, ଭଳି ନାରା ମାନ ଦେଉଥିବା ତଥା ସେ ନବୀନ ପଟ୍ଟନାୟକ ବୁଢା ମାଙ୍କଡ଼, ଛି ଛି ନାରା ଦେଇ ବୃଦ୍ଧ ହୋଇ ଶାସନ ପାଇଁ ଅସମର୍ଥ ବୋଲି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।