ପୋଖରଣ ରୁ ଆଇ.ଏସ.ଆଇ. ଏଜେଣ୍ଟ ଗିରଫ 

0
196

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଁଦିଲ୍ଲୀ,(୧୬/୦୭) : ଭାରତୀୟ ସେନା ପ୍ରତିଷ୍ଠାନ ଗୁଡିକ ବିଷୟରେ ପାକିସ୍ତାନକୁ ସୂଚନା ପଠାଉଥିବା ଏବଂ ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ମ୍ୟାପ ଓ ଦସ୍ତାବିଜ ରଖିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ରାଜସ୍ତାନର ପୋଖରଣ ରୁ ଆଇ.ଏସ.ଆଇ. ଏଜେଣ୍ଟ ହବିବୁର ରହମାନ କୁ ଗିରଫ କରିଛି |

ଗିରଫ ହୋଇଥିବା ପୋଖରଣ ରୁ ଆଇ.ଏସ.ଆଇ. ଏଜେଣ୍ଟ ହବିବୁର ରହମାନ ବିରୋଧରେ ଦିଲ୍ଲୀ ପୋଲିସ ଅଫିସିଆଲ ସିକ୍ରେଟସ ଆକ୍ଟ (ସରକାରୀ ଗୋପନୀୟତା ଆଇନ ) ଅନୁଯାୟୀ ଏକ କେସ ରୁଜୁ କରିଥିବା ଜଣାପଡିଛି | ରହମାନ ପାକିସ୍ତାନର ଆଇ.ଏସ.ଆଇ. ପାଇଁ କାମ କରୁଥିବା ଏବଂ ଆଗରୁ ପାକିସ୍ତାନ ଯାଇଥିବା ପୋଲିସ ଜେରା ସମୟରେ ସ୍ଵୀକାର କରିଛି | ତା’ ପାଖରୁ ପୋଲିସ ଭାରତୀୟ ସେନାର କେତେକ ଗୁପ୍ତ ତଥ୍ୟ ଥିବା ଦଲିଲ ଓ ମାନଚିତ୍ର ଜବତ କରିଛି | ତାକୁ ଏହି ସବୁ କାଗଜ ପତ୍ର ଆଗ୍ରାରେ ନିଯୁକ୍ତ ପରାମଜୀତ କୌର ନାମକ ଜଣେ ସେନା କର୍ମଚାରୀ ଦେଇଥିବା ପ୍ରକାଶ କରିଛି |

ବର୍ତ୍ତମାନ ପରାମଜୀତ କୌରଙ୍କୁ ଜେରା କରାଯାଉଛି ଏବଂ ଖୁବ ଶୀଘ୍ର ତାଙ୍କୁ ଦିଲ୍ଲୀ ପୋଲିସକୁ ଅଧିକ ତଦନ୍ତ ପାଇଁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି | ଦିଲ୍ଲୀ ପୋଲିସ କହିଛି ଯେ,ରହମାନ କିଛିବର୍ଷ ହେଲା ପୋଖରଣ ସ୍ଥିତ ସେନା ଘାଟିକୁ ଠିକାଭିତ୍ତିରେ ପନିପରିବା ଯୋଗାଣ କରିଆସୁଥିଲା  ଏବଂ ଆଇ.ଏସ.ଆଇ. କୁ ଗୁପ୍ତରେ ସୂଚନା ପ୍ରେରଣା କରୁଥିଲା |