ଭଇଁଷା ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରୁ ୪ କେଜି ୭୦୦ଗ୍ରାମ ଗଞ୍ଜେଇ ସହ କଳା ବ୍ୟବସାୟୀ ଗିରଫ

0
252

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,(୨୦/୧୦) : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ଚୋରା ଗଞ୍ଜେଇ ବ୍ୟବସାୟୀ କୁ ଅବକାରୀ ବିଭାଗ ୪ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ସୂଚନା ଦିଆଯାଇଛି ।

ବ୍ୟବସାୟୀଙ୍କ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରିବା ପାଇଁ ନେଉଥିବାବେଳେ ଅବକାରୀ ବିଭାଗ ହାତରେ ଧରା ପଡିଥିଲା ଅଭିଯୁକ୍ତ । ଅବକାରୀ ବିଭାଗର ସୂଚନା ଅନୁଯାୟୀ,ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ଅବକାରୀ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ତଥା ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ବିଶ୍ବନାଥ ପରିଡା, ଏସଆଇ ପ୍ରସନ୍ନ ପଟେଲ, ଗୀତାଞ୍ଜଳି କୁମ୍ଭାର, ଦୟାନିଧି ବାରିକ ସହିତ ବିଭାଗୀୟ କର୍ମଚାରୀମାନେ ଭଇଁଷା ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରୁ ପେଟ୍ରୋଲିଂ କରି ଗିରଫ କରାଯାଇଛି ଓ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜେରା କରି ଗିରଫ କରାଯିବ ବୋଲି କୁହାଯାଇଛି ।

ଜଗନ୍ନାଥ ମନ୍ଦିର ନିକଟରେ ଥିବା ରାସ୍ତାରୁ ବ୍ରଜମୋହନ ନେପାକ ନାମକ ଜୈନିକ ବ୍ୟକ୍ତି ଏକ ବ୍ୟାଗରେ ଗଞ୍ଜେଇ ନେଉଥିବା ସନ୍ଦେହ କରି ଅଟକାଇଥିଲେ । ବ୍ୟାଗ ଭିତରେ ଗଞ୍ଜେଇ ଥିବା ଦେଖି ବିଭାଗୀୟ ଅଧିକାରୀମାନେ ବ୍ରଜମୋହନକୁ ପାଟଣାଗଡ଼ ଅବକାରୀ ବିଭାଗକୁ ଆଣି ଅଟକ ରଖି ପଚରାଉଚୁରା କରି ଗିରଫ କରିଥିବା ଜଣାପଡିଛି ।

ଅଭିଯୁକ୍ତ ଦୀର୍ଘ ବର୍ଷ ଧରି ଏ ଗଞ୍ଜେଇ ବ୍ୟବସାୟ ଚଳାଇ ଆସୁଥିବା କହିଛି ଅବକାରୀ ବିଭାଗ | ଜବତ୍ ଗଞ୍ଜେଇ ୪ କେଜି ୭୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ପାଟଣାଗଡ଼ ଅବକାରୀ ଅଧିକାରୀ ବିଶ୍ବନାଥ ପରିଡା କହିଛନ୍ତି।